You are currently viewing ପବିତ୍ର ଦାମୋଦର ମାସ ଉପଲକ୍ଷେ ପଦ୍ମତୋଳା ଗ୍ରାମରେ ରାମାୟଣ ନାଟକ ଉଦଘାଟନ
ପବିତ୍ର ଦାମୋଦର ମାସ ଉପଲକ୍ଷେ ପଦ୍ମତୋଳା ଗ୍ରାମରେ ରାମାୟଣ ନାଟକ ଉଦଘାଟନ

ସାନଖେମୁଣ୍ଡି ୦୭/୧୧ – ( ପ୍ରଫୁଲ୍ଲ ସାବତ ) -:- ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଗୌତମୀ ପଞ୍ଚାୟତର ପଦ୍ମତୋଳା ଗ୍ରାମରେ ଗ୍ରାମବାସୀଙ୍କ ଦ୍ୱାରା ପବିତ୍ର ଦାମୋଦର ମାସ ଉପଲକ୍ଷେ ପୌରାଣିକ ନାଟକ ରାମାୟଣ ମଞ୍ଚସ୍ଥ ହୋଇଯାଇଛି l ସମିତି ସଭ୍ୟ ଜନାର୍ଦ୍ଦନ ପଲେଇଙ୍କ ଅଧକ୍ଷ୍ୟତାରେ ଆଜିର ଏହି ରାମାୟଣ ନାଟକର ଉଦଘାଟନ ସମାରୋହରେ ମୁଖ୍ୟ ଅତିଥିଭାବେ ଆସିକା ସାଂସଦ ଶ୍ରୀମତୀ ପ୍ରମିଳା ବିଷୋୟୀ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିବା ସହିତ ନାଟକର ଉଦଘାଟନ କରିଥିଲେ l

ସାଂସଦ ଶ୍ରୀମତୀ ବିଷୋୟୀ ନିଜର କଳାରେ ଏକ ସୁନ୍ଦର ସଙ୍ଗୀତ ଗାନ କରିଥିଲେ l ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ, ବ୍ଲକ୍ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ଜିଲ୍ଲା ପରିଷଦ ସଭ୍ୟା ସୁଲତା ରାଣୀ ସ୍ବାଇଁ, ଅମିନ ପ୍ରଧାନ, ବିଜୟ ପ୍ରଧାନ, ରାଜୀବ ପାତ୍ର, ସରପଞ୍ଚ ଝିଲ୍ଲି ରେଡ଼ି, ଧୋବା ସ୍ୱାଇଁ, ଡି ରାକେଶ ପାତ୍ର, ଶଙ୍କର୍ଷଣ ସ୍ୱାଇଁ, ପ୍ରଶାନ୍ତ ରେଡ଼ି, ସଂଗ୍ରାମ କେଶରୀ ବିଷୋୟୀ, ସଞ୍ଜୟ ନାୟକ, ବିଜୟ ଭୁୟାଁ, ଏ କୈଳାସ ପାତ୍ରଙ୍କ ସମେତ ବହୁ ସରପଞ୍ଚ ଓ ସମିତିସଭ୍ୟ ପ୍ରତିନିଧି ମାନେ ଯୋଗ ଦେଇଥିଲେ l

ଉକ୍ତ ରାମାୟଣ ନାଟକର ନିର୍ଦ୍ଧେଶନା ଦେଇଥିଲେ ନିର୍ଦ୍ଧେଶକ ଗଜେନ୍ଦ୍ର ସ୍ୱାଇଁ l ଶାନ୍ତି ଶୃଙ୍ଖଳା ର ସହିତ ବସି ନାଟକ ଟିକୁ ଦେଖିବା ପାଇଁ ଅଧିକାରୀ ଭଗବାନ ସ୍ୱାଇଁ, ସଂପାଦକ ଦିଲ୍ଲୀପ ପଲେଇଙ୍କ ସମେତ ସମସ୍ତ ପଦ୍ମତୋଳା ଗ୍ରାମବାସୀ ଅନୁରୋଧ କରିଛନ୍ତି l