You are currently viewing ରକ୍ତଦାତା ଦୀପକ ଚୌଧୁରୀ : ରକ୍ତଦାନ ମହାସେବାର ଆଦି ସ୍ୱର ।
ରକ୍ତଦାତା ଦୀପକ ଚୌଧୁରୀ : ରକ୍ତଦାନ ମହାସେବାର ଆଦି ସ୍ୱର ।

କଟକ : ବିଶିଷ୍ଟ ରକ୍ତଦାତା ଦୀପକ ଚୌଧୁରୀ ଏକ ନିଆରା ମଣିଷ ଆଉ ସର୍ବଜନ ବିଦିତ । ସେ ବିଷ୍ଣୁପ୍ରିୟା ଚାରି ଟେବୁଲ୍ ଟ୍ରଷ୍ଟ, ଓଡ଼ିଶା (ବିସିଟି) ଉପଦେଷ୍ଟା । କେନ୍ଦ୍ରୀୟ ରକ୍ତ ଭଣ୍ଡାର(ରେଡ୍ କ୍ରସ) ଓଡ଼ିଶା ଆୱାରନେସ କମିଟି ସଦସ୍ୟ ଏବଂ ଦୁଃଖୀ,ଅସହାୟ ଲୋକଙ୍କ ପାଇଁ ଦେବଦୂତ,ଦୁଇ ହଜାରରୁ ଅଧିକ ସ୍କୁଲ୍ ଛାତ୍ରଛାତ୍ରୀ ଓ ଇଣ୍ଡଷ୍ଟ୍ରିଜ୍ କର୍ମଚାରୀଙ୍କୁ ପ୍ରାଥମିକ ଚିକିତ୍ସା ଶିକ୍ଷା ତାଲିମ,ରୋଡ଼ ସେଫ୍ଟି ଶିକ୍ଷା ପ୍ରଦାନ କରିଛନ୍ତି । କେନ୍ଦ୍ରାପଡାରେ ଜନ୍ମ ନେଇଥିବା ଦୀପକ ଛାତ୍ର ଜୀବନରୁ ସେବାରେ ସାଧନାରତ ପୁଣି ରାଜନୀତିଜ୍ଞ । ୫୪ ବର୍ଷ ବୟସରେ ୯୭ ଥର ରକ୍ତଦାନ କରିବା ସହ ଏସସିବି କଟକ ଓ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ରୋଗୀଙ୍କୁ ରକ୍ତ ଯୋଗାଇବା,ପ୍ରାକୃତିକ ଦୁର୍ବିପାକରେ ଜରୁରୀ ସେବା ପ୍ରଦାନ,ଜନ ସଚେତନା ଏପରିକି ପୂର୍ବତନ ରାଜ୍ୟପାଳ ଗଣେଷୀ ଲାଲ ଜୀଙ୍କ ସହ ମିଶି ତିତିଲି,ଫନି,ଅମ୍ଫନ୍ ଆଦି ଦୁର୍ଦ୍ଦିନରେ ସେବା ପ୍ରଦାନ କରିଛନ୍ତି । ରକ୍ତ ଭଣ୍ଡାର ପକ୍ଷରୁ ସମ୍ବର୍ଦ୍ଧିତ ଏବଂ ବହୁ ରାଷ୍ଟ୍ରୀୟ ଅନ୍ତଃରାଷ୍ଟ୍ରୀୟ ସଙ୍ଗଠନର ଉଚ୍ଚ ପଦବୀରେ ଅଛନ୍ତି । ସେବା ପାଇଁ ୨୦୧୬ ରେ ମହାମହିମ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦ୍ଵାର ରାଷ୍ଟ୍ରପତି ଭବନରେ ଓଡିଶାରୁ ପ୍ରତିନିଧିତ୍ୱ କରି ଯୋଗଦାନ କରି ଆମ ରାଜ୍ୟ ପାଇଁ ଗୌରବ ଆଣି ପାରିଛନ୍ତି ।