You are currently viewing ଧରାକୋଟ ରେ ରାଜସ୍ବ ଅଦାଲତ
ଧରାକୋଟ ରେ ରାଜସ୍ବ ଅଦାଲତ

ଧରାକୋଟ ,29/2/24
ରାଜସ୍ୱ ସେବାକୁ ସରଳୀକରଣ କରି ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଧରାକୋଟ ତହସିଲ କାର୍ଯ୍ୟାଳୟ ତରଫରୁ ଉଦ୍ୟମ ଆରମ୍ଭ ହୋଇଛି। ସଂପ୍ରତି ତହସିଲ ଅଧିନରେ ରହିଥିବା ଧରାକୋଟ, ମୁଣ୍ଡମରାଇ, ଯାହାଡା, ଝାଡବନ୍ଧ, ମାଣିକ୍ୟ ପୁର, ଢ଼ଉଗାଁ ଓ ବରଡାଵିଲି ସର୍କଲ ରେ ରାଜସ୍ୱ ଅଦାଲତ ଆୟୋଜନ କରାଯାଇ ସରକାରୀ ଜମିକୁ ଜବରଦଖଲ କରିଥିବା ବ୍ୟକ୍ତି ଙ୍କ ଠାରୁ ଖଜଣା ଆଦାୟ ସହ ଯୋଗ୍ୟ ବିବେଚିତ ହିତାଧିକାରୀଙ୍କୁ ପଟ୍ଟା ପ୍ରଦାନ ପାଇଁ ପଦକ୍ଷେପ ନିଆଯାଉଛି। ଆଜି ଧରାକୋଟ ରାଜସ୍ବ ନିରୀକ୍ଷକ ଙ୍କ କାର୍ଯ୍ୟଳୟ ରେ ଅନୁଷ୍ଠିତ ଅଦାଲତ ରେ ତହସିଲଦାର ଲମ୍ବୋଦର ମାରାଣ୍ଡି,ଅତିରିକ୍ତ ତହସିଲଦାର ଗଣେଶ ଦଳେଇ, ରାଜସ୍ୱ ପରିଦର୍ଶକ ସୁଜ୍ଞାନୀ ବେହେରା , ରାଜସ୍ବ ନିରୀକ୍ଷକ ଯଜ୍ଞ ନାରାୟଣ ନାୟକ, କନିଷ୍ଠ କିରାଣି ଅମିତ କୁମାର ମହାନ୍ତି ଙ୍କ ଉପସ୍ଥିତିରେ 41 ଗୋଟି ଜବରଦଖଲ କେସ ର ବିଚାର କରାଯାଇ ପ୍ରାୟ ତିରିଶି ହଜାର ଟଙ୍କା ଆଦାୟ କରାଯାଇଥିଲା । ସେଥି ମଧ୍ୟରୁ ସରକାରୀ ନିୟମ ଅନୁଯାୟୀ ଯୋଗ୍ୟ ହିତାଧିକାରୀ ଙ୍କୁ ବସୁନ୍ଧରା ଯୋଜନା ରେ ସାମିଲ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ଜଣାଯାଇଛି । ଏଥିରେ ଅତିରିକ୍ତ ରାଜସ୍ୱ ନିରୀକ୍ଷକ ରାଜେଶ ବଳ, ଦେବୀ ପ୍ରସାଦ ନାହାକ ସହଯୋଗ ପ୍ରଦାନ କରିଥିଲେ।