You are currently viewing ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର, କ୍ଷମା ମାଗିଲେ ସମବାୟ ବ୍ୟାଙ୍କ ସଭାପତି
ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର, କ୍ଷମା ମାଗିଲେ ସମବାୟ ବ୍ୟାଙ୍କ ସଭାପତି

ଆସିକା,୫/୧ (ଶକ୍ତି ପ୍ରସାଦ କର) କାହା ସାହସରେ ସଭାପତିଙ୍କ ବିବାଦୀୟ ମନ୍ତବ୍ୟ.ସାମ୍ବାଦିକଙ୍କୁ ବାହାରକୁ ତଡିବା ପାଇଁ ନିର୍ଦେଶ ଦେଲେ ସମବାୟ କେନ୍ଦ୍ରୀୟ ବ୍ୟାଙ୍କ ସଭାପତି ମଙ୍ଗୁଳୁ ଧର ସାହୁ. ଆସିକା ସମବାୟ କେନ୍ଦ୍ରୀୟ ବ୍ୟାଙ୍କ ସଭାପତିଙ୍କ ନେତୃତ୍ୱରେ ହେଉ ଥିଲା କୋର କମିଟି ବୈଠକ. ଉକ୍ତ ବୈଠକରେ ଡାଇରେକ୍ଟର ମାନଙ୍କ ସହିତ ବଚସା ହେଲା। ଗଣ୍ଡଗୋଳ ସମୟରେ ସାମ୍ବାଦିକ ମାନଙ୍କୁ କିଛି ଡାଇରେକ୍ଟର ଡାକିଥିଲେ, ସାମ୍ବାଦିକ ମାନେ ସେଠାରେ ପହଂଚି ଚେଷ୍ଟା କରିଥିଲେ ବୈଠକ ଗୃହ ନିକଟକୁ ଯିବାକୁ, ହେଲେ ସମବାୟ କେନ୍ଦ୍ରୀୟ ବ୍ୟାଙ୍କ ସଭାପତି ନିର୍ଦେଶ ଦେଲେ କି ସାମ୍ବାଦିକଙ୍କୁ ତଡିବା ପାଇଁ। ଏଭଳି ଅଶୋଭନୀୟ ଓ ବିବାଦୀୟ ମନ୍ତବ୍ୟକୁ ନେଇ ଚାରିଆଡୁ ସଭାପତିଙ୍କୁ ନିନ୍ଦା କରାଯାଇଛି। ବ୍ୟାଙ୍କରେ ବିପୁଳ ଅନିୟମିତତା ଓ ଜାଲିଆତି ନେଇ ସଭାପତିଙ୍କୁ ଘେରି ଥିଲେ ଡାଇରେକ୍ଟଟର। ଉକ୍ତ ବୈଠକରେ ପରସ୍ପର ମଧ୍ୟରେ ବଚସା ହୋଇଥିଲା ।ଏ ନେଇ ସାମ୍ବାଦିକ ମାନେ ପହଂଚି ପ୍ରଶ୍ନ କରିବାରୁ ସଭାପତି ଉଚ୍ଚା ଗଳାରେ ସାମ୍ବାଦିକ ମାନଙ୍କୁ ତଡ଼ି ଦେବା ପାଇ ନିର୍ଦେଶ ଦେଇଥିଲେ । ଏଭଳି ଅଶୋଭନୀୟ ମନ୍ତବ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ସାମ୍ବାଦିକ । ଏହି ଘଟଣା ପରେ ସାମ୍ବାଦିକ ମାନେ ସମବାୟ ବ୍ୟାଙ୍କ ସମ୍ମୁଖରେ ବିକ୍ଷୋଭ କରିଛନ୍ତି। ଗଣମାଧ୍ୟମକୁ ନାଲି ଆଖି ଦେଖାଇବା ପରେ ଏକାଠି ହୋଇଥିଲା ଆସିକା ଜର୍ଣ୍ଣାଲିଷ୍ଟ ଆସୋସିଏସନର ସାମ୍ବାଦିକ ମାନେ.ଅନଭିଜ୍ଞ ଓ ଦାୟିତ୍ୱ ହୀନ ସମବାୟ ବ୍ୟାଙ୍କ ସଭାପତିଙ୍କ ଏହି ବିବାଦୀୟ ମନ୍ତବ୍ୟକୁ ନେଇ ବିଭିନ୍ନ ମହଲରୁ ଘୋର ନିନ୍ଦା କରାଯାଇଛି।

ବୈଠକ ଅଧାରୁ ସମବାୟ ବ୍ୟାଙ୍କ ସଭାପତି ଆସି ସାମ୍ବାଦିକ ମାନଙ୍କୁ କହିଥିଲେ କି ବୈଠକରେ ଆମେ ଗଣ୍ଡଗୋଳ ହେଉଥିଲୁ ସତ କିନ୍ତୁ ଏବେ ମିଳିମିଶି ଭୋଜି ଖାଇବୁ, ଯଦି ମୋର ଭୁଲ ହୋଇଛି ତାହାଲେ ମୁଁ କ୍ଷମା ମାଗୁଛି କହି ଚାଲିଯାଇଥିଲେ, କିନ୍ତୁ ତାହା ବି ବେପରୁଆ ଢଙ୍ଗରେ. ସେଥିପାଇଁ ସାମ୍ବାଦିକ ମାନେ ଉତ୍ତ୍ୟକ୍ତ ହୋଇ ଧାରଣାରୁ ଓହରି ନଥିଲେ.ଶେଷରେ ଆସିକା ଥାନା ଅଧିକାରୀ ସ୍ୱରୂପ କିଷାନ ଓ ପୋଲିସ ଅଧିକାରୀ ମାନଙ୍କ ଉପସ୍ଥିତରେ ସମବାୟ ବ୍ୟାଙ୍କ ସଭାପତି ମଙ୍ଗୁଳୁ ଧର ସାହୁ କ୍ଷମା ମାଗିଥିଲେ।ଆଗାମୀ ଦିନରେ କୌଣସି ସାମ୍ବାଦିକ ବନ୍ଧୁଙ୍କୁ ସରକାର କର୍ମଚାରୀ ଏଭଳି ଦୁର୍ବ୍ୟବହାର କଲେ ସାମ୍ବାଦିକ ମାନେ ଏକତ୍ରିତ ହେବେ ବୋଲି ସାମ୍ବାଦିକ ସଙ୍ଘ ପକ୍ଷରୁ ନିଷ୍ପତି ନିଆଯାଇଛି.