You are currently viewing ଗ୍ରାମ୍ୟ ସମ୍ବଳ କର୍ମୀ ତଥା ବ୍ଲକ ସାମାଜିକ ସମୀକ୍ଷକଙ୍କ ଦକ୍ଷତା ଭିତ୍ତିକ କର୍ମଶାଳା ।
ଗ୍ରାମ୍ୟ ସମ୍ବଳ କର୍ମୀ ତଥା ବ୍ଲକ ସାମାଜିକ ସମୀକ୍ଷକଙ୍କ ଦକ୍ଷତା ଭିତ୍ତିକ କର୍ମଶାଳା ।

ସମ୍ବଲପୁର, (ମିତାଲି ପ୍ରିୟଦର୍ଶନୀ) ୨୩/୮ ଜ଼ିଲ୍ଲା ପରିଷଦ କାର୍ଯ୍ୟାଳୟରେ ଏକ ଦିବସୀୟ ପଞ୍ଚଦଶ ଅର୍ଥ କମିଶନ ଆୟୋଗର ସୋସିଆଲ ଅଡିଟ ଜନିତ ଏକ ଦକ୍ଷତା ଭିତିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଏଥିରେ ଜିଲ୍ଲାର ସମସ୍ତ ୧୩୮ ଟି ପଂଚାୟତର ଗ୍ରାମ୍ୟ ସମ୍ବଳ କର୍ମୀ ଓ ବ୍ଲକ ସୋସିଆଲ ଅଡିଟର ମାନଙ୍କୁ ପଞ୍ଚଦଶ ଅର୍ଥ କମିସନ ଆୟୋଗର ସୋସିଆଲ ଅଡିଟ ପଂଚାୟତ ସ୍ତରରେ କିପରି କରାଯିବ ସେ ବିଷୟରେ ଶିକ୍ଷା ଦିଆଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଧର୍ମେନ୍ଦ୍ର ମଲିକ ଏବଂ ଅତିରିକ୍ତ ନିର୍ବାହୀ ଅଧିକାରୀ ରମେଶ ହାଁସଦା ଯୋଜନା ର ମୁଖ୍ୟ ଉଦେଶ୍ୟ ବିଷୟରେ ଉପସ୍ଥିତ କର୍ମୀ ମାନଙ୍କ ସହ ଆଲୋଚନା କରିଥିଲେ l ଯୋଜନାଟି କିଭଳି ପଂଚାୟତରେ କାର୍ଯ୍ୟକାରୀ ହୋଇଥାଏ ଏବଂ ଏହାର ସଫଳ ରୂପାୟନର ଉପାଦେୟତା ବିଷୟରେ ଜିଲ୍ଲା ପରିଷଦର APD, Finance ଅଶୋକ କୁମାର ପଣ୍ଡା ଓ RGSA, DPM ଭବାନୀ ଶଙ୍କର ପ୍ରହରାଜ ସମସ୍ତ ସୋସିଆଲ ଅଡିଟରଙ୍କୁ ବୁଝାଇଥିଲେ l ପଞ୍ଚଦଶ ଅର୍ଥ କମିଶନ ଆୟୋଗର କିଭଳି ସୋସିଆଲ ଅଡିଟ କରାଯିବ ସେ ବାବଦରେ ଜ଼ିଲ୍ଲା ସାମାଜିକ ସମୀକ୍ଷକ ଆର୍ତ୍ତତ୍ରାଣ ଶତପଥୀ ଉପସ୍ଥିତ ଥିବା ସମସ୍ତ ବ୍ଲକ ତଥା ପଂଚାୟତ ସ୍ତରୀୟ ଅଡିଟରମାନଙ୍କୁ ଟ୍ରେନିଂଗ ଦେଇଥିଲେ l