You are currently viewing ଗୁରୁ କ୍ରୀଷ୍ଣା ଡିକେ ଓ ସୀମାଞ୍ଚଳ ଙ୍କୁ ସମ୍ୱର୍ଦ୍ଧିତ କଲେ ରାଜ୍ୟପାଳ
ଗୁରୁ କ୍ରୀଷ୍ଣା ଡିକେ ଓ ସୀମାଞ୍ଚଳ ଙ୍କୁ ସମ୍ୱର୍ଦ୍ଧିତ କଲେ ରାଜ୍ୟପାଳ

ବୁଧବାର ପବିତ୍ର ବାହୁଡ଼ା ଯାତ୍ରା ତିଥିରେ ଫିଲ୍ମ ଅଦ୍ୱିତୀୟର ନିର୍ମାତାଙ୍କୁ ସମ୍ୱର୍ଦ୍ଧିତ କରିଛନ୍ତି ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ । ପ୍ରକାଶ ଥାଉ କି, ଅଦ୍ଵିତୀୟ ଚଳଚ୍ଚିତ୍ରଟି ଆଫ୍ରିକା ମହାଦେଶ ଅନ୍ତର୍ଗତ ମରିସସ୍ ଦେଶରେ ଆୟୋଜିତ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଦୁଇଟି ବର୍ଗରେ ପୁରସ୍କୃତ ହୋଇଥିଲା । ଫିଲ୍ମର ନିର୍ମାତା ତଥା ନିର୍ଦ୍ଦେଶକ କ୍ରିଷ୍ଣା ଡିକେଙ୍କୁ ” ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର ” ବର୍ଗରେ ଓ ଲେଖକ ସୀମାଞ୍ଚଳ ମହାରଣାଙ୍କୁ ” ଶ୍ରେଷ୍ଠ ଫିଲ୍ମ କାହାଣୀ ” ବର୍ଗରେ ପୁରସ୍କାର ମିଳିଥିଲା। ଆଜି ମାନ୍ୟବର ରାଜ୍ୟପାଳ ଏହି ଦୁଇ ଆନ୍ତର୍ଜାତୀୟ ପୁରସ୍କାର ବିଜେତାଙ୍କୁ ସମ୍ୱର୍ଦ୍ଧିତ କରିଥିଲେ।