ଖଲ୍ଲିକୋଟ :25/2 ଖଲ୍ଲିକୋଟ ବ୍ଲକ ର ତିନି ଗୋଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମାନଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ମିଳିଥିବା ଜଣାପଡିଛି |ଉକ୍ତ ତିନି ଗୋଟି ଉଚ୍ଚ ପ୍ରାଥମିକ ବଦ୍ୟାଳୟ ମଧ୍ୟରୁ ପାରିନୁଆଗାଁ ପ୍ରଧାନ ଶିକ୍ଷକ ଶଙ୍କର ପଣ୍ଡା ପ୍ରଥମ ବିବେଚିତ ହୋଇଥିବା ବେଳେ ଖଲ୍ଲିକୋଟ ସହର ରେ ଥିବା ଆଭାସ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମିତା ରାଣୀ ପଟନାୟକ ଦୂତୟ ଓ ଲଙ୍ଗଳେଶ୍ୱର ନାରାୟଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ନର୍ମଦା ଦେବୀ ତୃତୀୟ ହୋଇଥିବା ଜଣାପଡ଼ୋଛି |

ଶ୍ରେଣୀ ଗୃହ ଓ ଏଫ ଏଲ ଏନ ପରିଚାଳନା, ସ୍ୱତନ୍ତ୍ର ଶୌଚାଳୟ, ମାଧ୍ୟାନ୍ନ ଭୋଜନ, ନିୟମିତ ପି ଟି ଏମ ଓ ଏସ ଏମ ଏସ ବୈଠକ କରିବା, ନାଚ, ଗୀତ ଓ ଚିତ୍ରାଙ୍କନ, ଖେଳ ମାଧ୍ୟମ ରେ ପିଲାଙ୍କ ସୃଜନଶୀଳତା ସାଙ୍ଗକୁ ଉତ୍ତମ ଶିକ୍ଷାଦାନ ପରୀକ୍ଷା ଫଳ ସମେତ ସ୍କୁଲ କ୍ୟାବିନେଟ କରି ଛାତ୍ରଛାତ୍ରୀ, ଶିକ୍ଷକ ଓ ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ ଓ ସ୍କୁଲ କମିଟି ସଭ୍ୟ ଓ ଗ୍ରାମବାସୀ ମଧ୍ୟରେ ସମ୍ପର୍କ ସ୍ଥାପନ ପଭୃତି ମାର୍ଗଦର୍ଶିକା କୁ ଆଧାର କରି ଏହି ପୁରସ୍କାର ପ୍ରଦାନ କରାଯାଇଥିବା ପ୍ରକାଶ |
( ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ, ଗଞ୍ଜାମ )
