You are currently viewing ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ, କଳାପଥର ରେ ବନମହୋତ୍ସବ ପାଳିତ |
ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ, କଳାପଥର ରେ ବନମହୋତ୍ସବ ପାଳିତ |

ସୁବର୍ଣ୍ଣପୁର ଜିଲ୍ଲା କଳାପଥର ସରକାରୀ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ 77 ତମ ବନମହୋତ୍ସବ ପାଳିତ ହୋଇ ଯାଇଅଛି | ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଲାଲବାବୁ ସେଠୀଙ୍କ ତତ୍ୱାବଧାନରେ ପାଖାପାଖି 200 ଟି ଚାରା ରୋପଣ କରାଯାଇଥିଲା | ଇତ୍ୟବସରରେ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ମୀନାରାଣୀ ମଙ୍ଗଳ ମୁଖ୍ୟ ଅତିଥି ଭାବରେ ଯୋଗ ଦେବା ସହିତ ସ୍ୱତନ୍ତ୍ର ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷଧିକାରୀ ଘନଶ୍ୟାମ ମେହେର, DSS ଶ୍ରୀଯୁକ୍ତ ଅମ୍ଲାନ କୁମାର ପାଣ୍ଡିଆ, ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଶ୍ରୀମାନ ବାଲାଜୀ ବିଶ୍ୱନାଥ ଓ MiS ଶ୍ରୀଯୁକ୍ତ ରଂଜିପ ରଣା ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଇଥିଲେ | ଅତିଥି ମାନଙ୍କ ଦ୍ୱରା ଶିଶୁମାନଙ୍କ ମନରେ ପ୍ରକୃତିକୁ ଭଲପାଇବା ଓ ବୃକ୍ଷ ରୋପଣ କରିବାର ମହତ୍ୱ ବିଷୟରେ ଅବଗତ କରାଇ ସମସ୍ତଙ୍କୁ ଗୋଟିଏ ଗୋଟିଏ ଗଛ ଲଗାଇବା ପାଇଁ ପରାମର୍ଶ ଦେଇଥିଲେ | ଛାତ୍ରଛାତ୍ରୀମାନେ ବହୁ ଆନନ୍ଦ ସହକାରେ ବୃକ୍ଷରୋପଣ କରି ବନମହୋତ୍ସବ କାର୍ଯ୍ୟକ୍ରମ ସଫଳ ରୂପାୟନ କରିଥିଲେ | ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଚିତ୍ତରଞ୍ଜନ ପୁଝାରୀ ଅନସୂୟା ଧଳ ଓ ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ |