You are currently viewing ନିଆରା ଢଙ୍ଗରେ ଦୀପାବଳୀ ଉତ୍ସବ ପାଳନ
ନିଆରା ଢଙ୍ଗରେ ଦୀପାବଳୀ ଉତ୍ସବ ପାଳନ

ଧରାକୋଟ ନିକଟସ୍ଥ ମୁଣ୍ଡମରାଇ ଗ୍ରାମର ବିପଦର ବନ୍ଧୁ ଓଡିଶା ସଂଗଠନ ପକ୍ଷରୁ ନିଆରା ଢଙ୍ଗରେ ଦୀପାବଳୀ ଉତ୍ସବ ପାଳନ କରାଯାଇଛି । ଦୀପାବଳି ଉତ୍ସବ ଦିନ ଗରିବ ଆଦିବାସୀ ସମ୍ପ୍ରଦାୟର ପରିବାର ବର୍ଗଙ୍କୁ ନୂତନ ପୋଷାକ, କମ୍ବଳ, ପାଠ୍ୟ ପୁସ୍ତକ ବିତରଣ ଏବଂ ମିଷ୍ଠାନ ବଣ୍ଟନ କରାଯାଇଛି l ପୁର୍ବ ପ୍ରତିଷ୍ଠିତ ସ୍ଵେଚ୍ଛାସବୀ ସଙ୍ଗଠନ ବିପଦର ବନ୍ଧୁ ଓଡିଶା ତରଫରୁ ଧରକୋଟ ବ୍ଲକ୍ ସ୍ଥିତ ବାହାରପୁର ଗ୍ରାମପଞ୍ଚାୟତର ଆଦିବାସୀ ବହୁଳ ମଲିଝରପଲ୍ଲୀ ଗ୍ରାମରେ ସଂଗଠନର ବୟୋଜ୍ୟେଷ୍ଠ କାର୍ଯ୍ୟକର୍ତ୍ତା ସନ୍ତୋଷ କୁମାର ପାତ୍ର ଓ ଗଣେଶ ଚନ୍ଦ୍ର ପlତ୍ର ଉଭୟଙ୍କ ତତ୍ତ୍ଵାବଧlନରେ ଗରିବ ସମ୍ପ୍ରଦାୟର ପରିବାର ବର୍ଗଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇବା ସହିତ ଶୀତବସ୍ତ୍ର ଓ ପିଲାମାନଙ୍କୁ ନୂତନ ପୋଷାକ ବିତରଣ ଏବଂ ପାଠ୍ୟ ପୁସ୍ତକର ବିତରଣ , ଭାବ ଆଦାନ ପ୍ରଦାନ କରିବା ସହିତ ଶେଷରେ ମିଷ୍ଠାନ ବଣ୍ଟନ କରାଯାଇଥିଲା l ଏହି ମହତ୍ତ୍ୱପୂର୍ଣ୍ଣ କାର୍ଯକ୍ରମ ରେ ସଙ୍ଗଠନ ଧରାକୋଟ ଓ ଆସ୍କାର କାର୍ଯ୍ୟକର୍ତ୍ତା ଅନିଲ କୁମାର ସ୍ବାଇଁ,ହିମାଂଶୁ ଶେଖର ତ୍ରିପାଠୀ, ଦୀନବନ୍ଧୁ ମହାରଣା,ସୁବ୍ରତ କୁମାର ବେହେରା, ରାଜେଶ ପୋଲାଇ, ପିଣ୍ଟୁ ପୋଲାଇ, ଗୌତମ ପାତ୍ର, କୃଷ୍ଣ ପ୍ରସାଦ ସାହୁ, କାହ୍ନୁ ଚରଣ ସାହୁ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l