ଜଗନ୍ନାଥପ୍ରସାଦ ତା -19/1 ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ଝାଡ଼ଭୂମି ସ୍ଥିତ ରାଧାରମଣ ଉଚ୍ଚ ବିଦ୍ୟାଳୟ ରେ ପୁସ୍ତକ ମେଳା ଉଦଘାଟନ ଓ 33 ତମ ବାର୍ଷିକ ଉତ୍ସବ ବହୁ ଆଡ଼ମ୍ବରେ ଅନୁଷ୍ଠିତ ହୋଇଯାଇଛି | ପ୍ରଥମେ ଅତିଥି ମାନଙ୍କୁ ସ୍ୱାଗତ କରାଯାଇଥିଲା ଓ ପ୍ରୂଭୁ ଜଗନ୍ନାଥଙ୍କ ନିକଟରେ ଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା | ଏହି ଉତ୍ସବରେ ରାଧାରମଣ ଉଚ୍ଚ ବିଦ୍ୟାଳୟ ର ପ୍ରାଧନ ଶିକ୍ଷକ ଶ୍ରୀ ରମେଶ ଚନ୍ଦ୍ର ସାହୁ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଡ଼. ରାଜେନ୍ଦ୍ର ପ୍ରସାଦ ସ୍ୱାଇଁ ଯୋଗ ଦେଇଥିଲେ |

ମୁଖ୍ୟ ବକ୍ତା ଭାବେ ଜ୍ୟୋତିର୍ବିଦ ପଣ୍ଡିତ ଶ୍ରୀ ଅନ୍ନଦା ତ୍ରିପାଠୀ ଓ ଏଥିରେ ସାମ୍ମ|ନୀତ ଅତିଥି ଭାବେ ଝାଡ଼ଭୂମି ସରପଞ୍ଚ ଶ୍ରୀ ବିପ୍ର ଚରଣ ସ୍ୱାଇଁ ଓ ଝାଡ଼ଭୂମି ସମିତିସଭ୍ୟ ଅନୁପ କୁମାର ଭୂୟାଁ ଓ ପୂର୍ବତନ ସମ୍ପାଦକ ଶ୍ରୀ ବାଳି ନନ୍ଦ ଓ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ନିରଂଜନ ନାୟକ ଓ ଶିକ୍ଷା ପ୍ରେମୀ ସଭ୍ୟ ଶ୍ରୀ ଭାଗିରଥି ମାଝୀ ଓ ଆଲୁମିନି କମିଟି ସଭାପତି ଶ୍ରୀ ଅମରେନ୍ଦ୍ର ନନ୍ଦ ଓ ମିଳିତ ସହଯୋଗ ଅଧିକାରୀ ଶ୍ରୀମତି ପାୟଲ ଦାଶ ଓ ସିରାସି ଶ୍ରୀ ମାନସ କୁମାର ତ୍ରିପାଠୀ ମଞ୍ଚାସିନ ଥିଲେ | ଏହି ଉତ୍ସବରେ ଛାତ୍ର ଓ ଛାତ୍ରୀ ମାନେ ପ୍ରକଳ୍ପ ମାଧ୍ୟମରେ ବିଦ୍ୟାଳୟ ସ୍ତରୀୟ ଭାଷା, ସାହିତ୍ୟ ଓ ସୃଜନଶୀଳତାର ପ୍ରଦର୍ଶନ କରିଥିଲେ | ଏଥିରେ ଛାତ୍ରଓଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା | ଏଥିରେ ମୋଟ ନବମ ଓ ଦଶମ ଶ୍ରେଣୀ ଛାତ୍ରଓଛାତ୍ରୀ 144 ଜଣ ପୁରସ୍କାର ପାଇଥିଲେ |

ଏହି ଅଞ୍ଚଳର ସୁନାମ ଅର୍ଜନ କରିଥିବା ନୃତ୍ୟ ଗୁରୁ ଶ୍ରୀ କୃଷ୍ଣ ଚନ୍ଦ୍ର ସ୍ୱାଇଁ ତତ୍ତ୍ୱ|ବଧ|ନରେ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ | ଏଥିରେ କମେଡିଆନ ଶ୍ରୀ ଅଜିତ ପଣ୍ଡା ଓ ଅଭିଭାବକ ଓ ଅଭିବାହିକ| ଉପସ୍ଥିତ ଥିଲେ | ରାଧାରମଣ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ | ପରିଶେଷରେ ଶ୍ରୀ ସୁଧୀରକାନ୍ତ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ |
