You are currently viewing କୋଦଳାକୁ ସବ୍ ଡିଭିଜନ ମାନ୍ଯତା ଦାବିଗଠିତ ହେଲା କୋଦଳା ସ୍ବାଭିମାନ ସୁରକ୍ଷା ଅଭିଯାନ ମଞ୍ଚ
କୋଦଳାକୁ ସବ୍ ଡିଭିଜନ ମାନ୍ଯତା ଦାବିଗଠିତ ହେଲା କୋଦଳା ସ୍ବାଭିମାନ ସୁରକ୍ଷା ଅଭିଯାନ ମଞ୍ଚ

କୋଦଳା (୧୯/୧୦ /୨୦୨୫)
ଗଞ୍ଜାମ ଜିଲ୍ଲାର କୋଦଳା ତହସିଲ ସର୍ବ ପୁରାତନ ତହସିଲ ।ଏହାକୁ ଏବେ ସବ୍ ଡିଭିଜନ ମାନ୍ଯତା ଦାବି କରୁଛନ୍ତି ସ୍ଥାନୀୟ ଅଞ୍ଚଳବାସୀ ।ଇତିହାସରୁ ଜଣାପଡ଼େ ଯେ ବ୍ରିଟିଶ ଶାସନ ସମୟରେ ଏହା ଏକ ଉପଖଣ୍ଡ ଭାବେ ପରିଚିତ ଥିଲା। ବହୁ ପୁରାତନ ତହସିଲ କୋଦଳା ଏବେ ଲାଞ୍ଛିତ ଓ ଅବହେଳିତ ହୋଇ ରହି ଯାଇଛି। ଏଣୁ କୋଦଳାକୁ ଏବେ ଉପଖଣ୍ଡ ତଥା ସବ୍ ଡିଭିଜନ ମାନ୍ଯତା ଦାବି କରୁଛନ୍ତି ସ୍ଥାନୀୟ ଅଞ୍ଚଳବାସୀ ।ଦଳମତ ନିର୍ବିଶେଷରେ ବିଭିନ୍ନ ବର୍ଗର ଲୋକଙ୍କ ସମର୍ଥନରେ ଆଜି ଗଠିତ ହୋଇଛି କୋଦଳା ସ୍ବାଭିମାନ ସୁରକ୍ଷା ଅଭିଯାନ ମଞ୍ଚ। କୋଦଳା ଦଣ୍ଡିଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆଜି ଏହି ମଞ୍ଚର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ମହାସଚିବ ଦଣ୍ଡପାଣି ମହାପାତ୍ରଙ୍କ ସଂଯୋଜନାରେ କୋଦଳା ଏନଏସି ଉପାଧ୍ଯକ୍ଷା ରଞ୍ଜିତା ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଏହି ଦାବିକୁ ଆଗାମି ଦିନରେ କିପରି ରାଜ୍ଯ ସରକାରଙ୍କ ନିକଟରେ ଉପସ୍ଥାପନ କରିବା ସହ କୋଦଳାକୁ ସବ୍ ଡିଭିଜନ ମାନ୍ଯତା ପ୍ରଦାନ କରାଯିବ ସେ ନେଇ ସମସ୍ତେ ନିଜ ମାଟି ପାଇଁ ଲଢିବାକୁ ଉକ୍ତ ବୈଠକରେ ଆହ୍ବାନ ଦିଆଯାଇଛି। ଏଥିରେ ସମାଜସେବୀ ତଥା ପୂର୍ବତନ କାଉନସିଲର ସନ୍ତୋଷ ନାୟକ, ଆଇନଜୀବୀ ମୀରାବାଈ ଦେଓ, କାଉନସିଲର ମନୋରଞ୍ଜନ ଡାକୁଆ, ବରିଷ୍ଠ ନାଗରିକ ସଂଘର ସଭାପତି ସୂର୍ଯ୍ୟ ନାରାୟଣ ଦୋରା, ସମାଜସେବୀ ବିଶ୍ବନାଥ ତ୍ରୀପାଠୀ, ଶ୍ରୀ ଗଣେଷ ଯୁବକ ସଂଘ ସଭାପତି ସନ୍ତୋଷ କୁମାର ପ୍ରଧାନ, ଶିକ୍ଷକ ନେତା ରବି ନାରାୟଣ ଶତପଥି, ଜଗବନ୍ଧୁ ସାହୁ, କାଳି ପ୍ରସାଦ ରଥ, ଚନ୍ଦନ ସ୍ବାଇଁ, ସାମ୍ବାଦିକ ସୁଶାନ୍ତ କୁମାର ପଟ୍ଟନାୟକ, କୃଷ୍ଣଚନ୍ଦ୍ର ପଲେଇ, ସୂର୍ଯ୍ୟ ନାରାୟଣ ବଡୁ, ପବିତ୍ର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।