You are currently viewing ହାଡିବନ୍ଧୁ ବେହେରାଙ୍କ ଦ୍ୱାଦଶ କାର୍ଯ୍ୟକ୍ରମ ଉପଲକ୍ଷେ ରକ୍ତଦାନ ଶିବିର ଅନୁଷ୍ଠିତ
ହାଡିବନ୍ଧୁ ବେହେରାଙ୍କ ଦ୍ୱାଦଶ କାର୍ଯ୍ୟକ୍ରମ ଉପଲକ୍ଷେ ରକ୍ତଦାନ ଶିବିର ଅନୁଷ୍ଠିତ

ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳର ଜଣେ ଯୁବକ ହାଡିବନ୍ଧୁ ବେହେରା ଗତ ସାଧାରଣ ନିର୍ବାଚନ ପୂର୍ବରୁ ନିଜ ପେଟପାଟଣା ଗୁଜୁରାଣ ତେମେଣ୍ଟାଈବା ପାଇଁ ସୁଦୂର ମୁମ୍ବାଇକୁ ଯାଈଥିବା ବେଳେ ଚଳିତ ମାସ ୧୩ ତାରିଖ ସନ୍ଧ୍ୟା ସମୟରେ ଅଚାନକ ଦେହ ଅସୁସ୍ଥ ହେବାରୁ ତାଙ୍କ ଗ୍ରାମର କିଛି ଯୁବକ ମାନେ ମୁମ୍ବାଇର ଏକ ସରକାରୀ ମେଡିକାଲରେ ଚିକିତ୍ସା ପାଇଁ ଭର୍ତି କରାଇଥିଲେ l କିନ୍ତୁ ୧୪/୦୭ ତାରିଖ ସକାଳ ସମୟରେ ତାର ମୃତ୍ୟୁ ହୋଇଯାଇଥିବା ଡାକ୍ତର ଜଣାଇଥିଲେ l ଗ୍ରାମକୁ ଶବ ଆଣିବାକୁ ସକ୍ଷମ ନଥିବାରୁ ଗ୍ରାମରୁ ନିଜ ଭିନ୍ନକ୍ଷମ ଭଉଣୀ ମୁମ୍ବାଇ ଗଲାପରେ ପୋଲିସ ଠାରୁ ଶବ ଗ୍ରହଣ କରି ମୁମ୍ବାଇ ରେ ହିଁ ଶବସଂସ୍କାର କରାଯାଇ ଥିଲା l ତେବେ ଆଜି ତାଙ୍କର ଦ୍ୱାଦଶ କାର୍ଯ୍ୟକ୍ରମରେ ହାଡିବନ୍ଧୁ ବେହେରାଙ୍କୁ ତାଙ୍କ ସାଙ୍ଗ, ସାଥୀ ମାନେ ଶ୍ରଦ୍ଧାଞ୍ଜଳି ଦେବା ସହ ଅମର ଆତ୍ମାର ସଦଗତି ନିମନ୍ତେ ଈଶ୍ଵରଙ୍କ ନିକଟରେ ପାର୍ଥନା କରି ପୁରୁଷୋତ୍ତମପୁର କାଳିମନ୍ଦୀର ସ୍ଥିତ ଜ୍ୟୋତି ନଗର ଗୌଡ଼ ଦଣ୍ଡପାର୍ଟି କୋଠ ଘରରେ ଚାଙ୍ଗୁଡି଼ଅପଦର ସାହି ଗଣେଷ ପୂଜା କମିଟି ଏବଂ ଏନଏସି କାଉନସିଲର ଅଶୋକ କୁମାର ମହାଙ୍କୁଡଙ୍କ ସଂଯୋଜନା ରେ ରକ୍ତଦାନ ଶିବିର ଆୟୋଜିତ କରିଥିଲେ l

ବ୍ରହ୍ମପୁର ରକ୍ତ ଭଣ୍ଡାର କର୍ମଚାରୀ ଡ଼କ୍ଟର ଏମ୍ ଏମ୍ ମାରାଣ୍ଡି, ସୁଜିତ କୁମାର ସାହୁ, ରିଙ୍କୁ ସାହୁ, ସୁଶାନ୍ତ କୁମାର ପାଣିଗ୍ରାହୀ, ଆର ଏଚ ପଣ୍ଡା, ଅମୁଲ୍ୟ ବେହେରା, ଡି କେ କର୍କୀ, ଏସ କେ ପଣ୍ଡା ପ୍ରମୁଖ ଯୋଗ ଦେଇ ୭୧ ୟୁନିଟିରକ୍ତ ସଂଗ୍ରହକରିଥିଲେ l ଏହି ରକ୍ତଦାନ ଶିବିରରେ ମୁଖ୍ୟ ଅତିଥିଭାବେ ପୁରୁଷୋତ୍ତମପୁର ଏନଏସି ଅଧ୍ୟକ୍ଷା ଶ୍ରୀମତୀ ପ୍ରିୟଙ୍କା ଗୌଡ଼,ସଂମ୍ମାନିତ ଅତିଥି ଭାବେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଗୋବିନ୍ଦ ଡନସେନା,ଉପାଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା, ପୂର୍ବତନ କାଉନସିଲର ପ୍ରେମାନନ୍ଦ ସାହୁ, ରବୀନ୍ଦ୍ର ମହାରଣା, ଈଶ୍ୱର ଗୌଡ଼,

ଗଣେଷ ପୂଜା କମିଟି ସଭାପତି ନନ୍ଦନ ବେହେରା, ପୁରୁଷୋତ୍ତମପୁର କନଙ୍କେଶ୍ୱରୀ ଅଟୋ ସଂଘ ସଭାପତି ସଞ୍ଜୟ କୁମାର ଗୌଡ଼,ପରିବାର ମାର୍କେଟ ସଂଘ ସଭାପତି କିଶୋର ଚନ୍ଦ୍ର ଦାସ, ଏବଂ ଚାଙ୍ଗୁଡ଼ିଆପଦର ସାହିର ବହୁ ଯୁବକଙ୍କ ସହ ସହର ସବୁ ବର୍ଗର ଲୋକମାନେ ସ୍ୱେଚ୍ଛାକୃତ ଭାବେ ଉପସ୍ଥିତ ରହି ରକ୍ତଦାନ କରିବା ସହ କାର୍ଯ୍ୟକ୍ରମକୁ ସାଫଲ୍ୟ କରିଥିଲେ l ପ୍ରମୁଖ ସମାଜସେବୀ ମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଦେଇ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ l ରିପୋର୍ଟ ପ୍ରସନ୍ନ କୁମାର ଦାସ