You are currently viewing ପୁରୁଷୋତ୍ତମପୁର ବ୍ଳକରେ ନୂତନ ବିଡ଼ିଓ ଙ୍କ ଯୋଗ ଦାନ
ପୁରୁଷୋତ୍ତମପୁର ବ୍ଳକରେ ନୂତନ ବିଡ଼ିଓ ଙ୍କ ଯୋଗ ଦାନ

ପୁରୁଷୋତ୍ତମପୁର ବ୍ଳକରେ ନୂତନ ବିଡ଼ିଓ ଭାବେ ପୁରୀଜିଲ୍ଲା କୃଷ୍ଣ ପ୍ରସାଦ ବ୍ଳକରେ ଅବସ୍ଥାପିତ ଥିବା ମନୋଜ କୁମାର ନାୟକ ଆଜି ଏଠାରେ କାର୍ଯ୍ୟରେ ଯୋଗ ଦେଇଛନ୍ତି | ଏଠାରେ ଥିବା ବିଡ଼ିଓ ବିଜୟ କୁମାର ବେହେରା ଙ୍କ କୃଷ୍ଣ ପ୍ରସାଦ ବ୍ଲକ କୁ ବଦଳି ହୋଇଛି | ତେବେ ନୂତନ ବିଡ଼ିଓ ମନୋଜ କୁମାର ନାୟକ ଙ୍କୁ ବ୍ଲକ ଅଧକ୍ଷା ପିଙ୍କି ବେହେରା, ଗଞ୍ଜାମ ଜିଲ୍ଲା ବିଜେଡି ସମ୍ପାଦକ ତଥା ଜୀବନ ବିନ୍ଦୁ ର ସହ ସଂଯୋଜକ ନିର୍ମଳ ଚନ୍ଦ୍ର ସାହୁ, ଜଗତ ବନ୍ଧୁ ପଣ୍ଡା, ସରପଞ୍ଚ ସଭାପତି ସୁଧାକର ଗୌଡ଼, ଙ୍କ ସହ ବହୁ ସରପଞ୍ଚ ସମିତି ସଭ୍ୟ, ସଭ୍ୟା ଉପସ୍ଥିତ ରହି ବିଡ଼ିଓ ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରିଥିଲେ | ବିଡ଼ିଓ ମନୋଜ କୁମାର ନାୟକ ଙ୍କ ଉତ୍ତମ ବ୍ୟବହାର, କାର୍ଯ୍ୟ ଦକ୍ଷତା, ମିଷ୍ଟ ଭାଷା, ସର୍ବୋପରି ଲୋକ ସମ୍ପର୍କ ନିଶ୍ଚିତ ଭାବେ ଜନ ପ୍ରତିନିଧି ତଥା ଲୋକଙ୍କୁ ଆକୃଷ୍ଟ କରିଥିବାର ଉପସ୍ଥିତ ବ୍ୟକ୍ତି ବିଶେଷ ମାନେ ମତ ଦେଇଛନ୍ତି | ବିଡ଼ିଓ ଙ୍କ କହିବା କଥା ବିଶେଷ କରି ସେ ମହିଳା, ଭିର୍ଣ୍ଣକ୍ଷମ, ଅସହାୟ, ଗରିବ ଓ ନ୍ୟାୟ ଅପେକ୍ଷାରେ ଥିବା ଜନସାଧାରଣ ଙ୍କ ସବୁ ଅଭିଯୋଗ, ଶୁଣି ପ୍ରଥମେ ସେମାନଂକୁ ଅଗ୍ରାଧିକାର ଦେବେ |

ତାସହିତ 26 ଗୋଟି ପଞ୍ଚାୟତ ର ଲୋକଙ୍କ କେଉଁଭଳି ସରକାରଙ୍କ ବିକାଶ ମୁଖୀ ଯୋଜନାକୁ କାର୍ଯ୍ୟକାରୀ କରାଯାଇ ପାରିବ ତାଉପରେ ସେ ସମସ୍ତ ଜନ ପ୍ରତିନିଧି ମାନଙ୍କ ସହ କଥା ବାର୍ତ୍ତା କରି ସବୁ ସମସ୍ୟା ର ସମାଧାନ ଉପରେ ଗୁରୁତ୍ୱ ଦେବେବୋଲି ମତ ଦେଇଛନ୍ତି |

ରିପୋର୍ଟ ପ୍ରସନ୍ନ କୁମାର ଦାସ