You are currently viewing ରୋହିଗାଁ ଗ୍ରାମ ପଞ୍ଚାୟତର ଯୁଗ୍ମ ଅଭିଯୋଗ ଜନ ଶୁଣାଣି
ରୋହିଗାଁ ଗ୍ରାମ ପଞ୍ଚାୟତର ଯୁଗ୍ମ ଅଭିଯୋଗ ଜନ ଶୁଣାଣି

ଗଞ୍ଜାମ, ୧୯/୦୧():ଗଞ୍ଜାମ ଜିଲା ପ୍ରଶାସନର ନିର୍ଦ୍ଧେଶ ମତେ ଆଜି କୁକୁଡାଖଣ୍ଡି ବ୍ଲକର ରୋହିଗାଁ ଗ୍ରାମ ପଞ୍ଚାୟତ ଠାରେ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ବୈଠକ ଗୃହରେ ସରପଞ୍ଚ ଶ୍ରୀ ବଶିଷ୍ଟ କୁମାର ଜେନା ତତ୍ତ୍ୱାବଧାନ ଏବଂ ସମିତି ସଭ୍ୟା ଲକ୍ଷ୍ମୀ ସ୍ବାଇଁ,ସଂଯୋଜନାରେ ଅନୁଷ୍ଠିତ

ଏହି ବୈଠକରେ ତହସିଲଦାର ରାଜ କିଶୋର ପଟ୍ଟନାୟକ, ଏଡିଇଓ ପ୍ରମୋଦ କୁମାର ସାହୁ, ଯୋଗାଣ ସହାୟକ ଦୁର୍ଗା ପ୍ରସାଦ ବେହେରା, ଭିଏଡବ୍ଲୁ ଅନିଲ କୁମାର ପଣ୍ଡାଙ୍କ, ସିଡିପିଓ କୁସୁମ ସାହୁ,କୃଷି ଅଧିକାରୀ ସୁବ୍ରତ କୁମାର,ଗ୍ରାମୀଣ ଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀ ସଚ୍ଚିତାନନ୍ଦ, ବାଲିପଡ଼ା

ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଡାକ୍ତର ଆଶୁତୋଷ ପ୍ରଧାନ,ଏନମ୍ ପଙ୍କଜ,ପୂର୍ବତନ ସମିତିସଭ୍ୟ ବସନ୍ତ ସ୍ୱାଇଁ, ଅଙ୍ଗନୱାଡି ସୁପ୍ରଭାଇଜର ଲିଜା,କୋପ୍ରେଟିଭ ସେକ୍ରେଟାରୀ ସନ୍ତୋଷ ଡାକୁଆ,ଯୋଗାଣ ସହାୟକ, ରମେଶ ବେହେରା,GRS ପ୍ରମୋଦ,ସମସ୍ତ ଆଶାକର୍ମୀ.

ସମେତ ସମସ୍ତ ବ୍ଲକ୍ ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ପଞ୍ଚାୟତ ଜନସାଧାରଣଙ୍କ ଦ୍ଵାରା ଆଗତ ଅଭିଯୋଗ ଗୁଡ଼ିକୁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସୁପାରିଶ କରିଥିଲେ ।

ମୁଖ୍ୟତଃ ଆବାସ ଯୋଜନା , ସାମାଜିକ ସୁରକ୍ଷା ଭତ୍ତା , ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ, ଚାଷୀଙ୍କ ଧାନ ମଣ୍ଡି ସମସ୍ୟା,ହିତାଧିକାରୀଙ୍କ ଅଭିଯୋଗ ବ୍ୟତୀତ ସରକାରଙ୍କ ପ୍ରଚଳିତ ସୁଭଦ୍ରା ଯୋଜନାରୁ ବଞ୍ଚିତ ବହୁ ହିତାଧିକାରୀ ସେମାନଙ୍କ ଅଭିଯୋଗ ଲିପିବଦ୍ଧ କରିଥିଲେ ।ଅଭିଯୋଗ ଶୁଣାଣିରେ ମୋଟ ୫୩ ଗୋଟି ବ୍ୟକ୍ତିଗତ ଅଭିଯୋଗ ଗୃହୀତ ହୋଇଥିବା ବେଳେ ଭତ୍ତା ସମ୍ପର୍କୀୟ, ଆବାସ ଯୋଜନା, ଡ୍ରେନ, ଜମିପଟ୍ଟା, ରାସ୍ତାଘାଟ, ଗଣିଆ ନାଳର ପୁନରୁଦ୍ଧାର, ମଣ୍ଡି ଓ ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ସୁଭଦ୍ରା ଯୋଜନାରୁ ବଞ୍ଚିତ ହିତାଧିକାରୀ ସମୂହ ମୁଖ୍ୟମନ୍ତ୍ରୀଙ୍କ ଅନ ଲାଇନ ଅଭିଯୋଗ

ଲିଙ୍କ ଯାଇ ଅଭିଯୋଗ ଲିପିବଦ୍ଧ କରିବାକୁ ଅଧିକାରୀ ସମୂହ ଅନୁପ୍ରାଣିତ କରିଥିଲେ। ସେଗୁଡିକୁ କିପରି ଯଥାଶୀଘ୍ର ସମାଧାନ ହେବ ସମସ୍ତ ବିଭାଗୀୟ ଅଧିକାରୀମାନେ ସମସ୍ତ ହିତାଧିକାରୀ ମାନଙ୍କୁ ପ୍ରତିଶୃତି ଦେଇଛନ୍ତି।