କଟକ : ରସାୟନ ମୁକ୍ତ ଭାରତର ଆହ୍ୱାନରେ ଏବେ ପ୍ରାୟ ଅନେକ ଚାଷୀ ଜୈବିକ ଚାଷକୁ ଆଦରିବାରେ ଲାଗିଲେଣି । ସାରା ଭାରତରେ ଏବେ ଜୈବିକ କୃଷି ପାଇଁ ସଚେତନତା ଆରମ୍ଭ ହୋଇଛି । କୃଷି କ୍ଷେତ୍ରରେ ରାସାୟନିକ ସାରର ପ୍ରୟୋଗ କମ୍ କରି ଜୈବ ସାରର ପ୍ରୟୋଗ କରିବା ଦିଗରେ ଚାଷୀ ତଥା ସାଧାରଣ ଜନତାଙ୍କ ମଧ୍ୟରେ ଆରମ୍ଭ ହୋଇଛି ଏକ ନିଆରା ଜାଗରଣ । ସାରା ଭାରତରେ ଆରମ୍ଭ ହୋଇଛି କୃଷି କ୍ଷେତ୍ରରେ ଜୈବ ବିପ୍ଲବ । ଏହି ଉପକ୍ରମରେ ନୂଆଦିଲ୍ଲୀ ଠାରେ ଜୈବ କୃଷି ସମ୍ବନ୍ଧିତ ସମ୍ମେଳନ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧ ଯାଏଁ ଆଇ.ଇ.ଏମ.ଏଲ୍ ଠାରେ ଅନୁଷ୍ଠିତ ଏହି ସମାରୋହରେ ରାଜ୍ୟର କୃଷି ବିଭାଗର ଓଡ଼ିଶା ରାଜ୍ୟ ଜୈବ ପ୍ରମାଣନ ସଂସ୍ଥା ବା ଓସୋକା ଅଂଶଗ୍ରହଣ କରି ରାଜ୍ୟରେ ଜୈବ କୃଷିର ପ୍ରଚାର ପ୍ରସାର ଦିଗରେ ଏକ ଉଦାହରଣ ସୃଷ୍ଟି କରିଛି । ଏହି ସମ୍ମିଳନରେ ଓଡ଼ିଶାର ଏହି ଷ୍ଟଲ୍ ରେ ସମ୍ବଲପୁରୀ ପଟ୍ଟଚିତ୍ର ଓ କୋଣାର୍କ ଚକ୍ରରେ ସୁସଜ୍ଜିତ ହୋଇ ଓଡ଼ିଆ ସଂସ୍କୃତିର ଏକ ଅପୂର୍ବ ନିଦର୍ଶନ ଦେଖିବାକୁ ମିଳିଥିଲା । ବିଭିନ୍ନ ପ୍ରକାର ମାଣ୍ଡିଆ କେଣ୍ଡା ସହ ମାଣ୍ଡିଆରୁ ପ୍ରସ୍ତୁତ ସାମଗ୍ରୀ ଓ ଦେଶୀ ବିହନ, ଓଡ଼ିଶାର ତାଳଗୁଡ଼ ଓ ତାଳମିଶ୍ରି ଗୁଡ଼ିକ ଓଡ଼ିଶାର କାର୍ଯ୍ୟଦକ୍ଷତାକୁ ପ୍ରତିପାଦିତ କରୁଥିଲା । ଓଡ଼ିଶାର କଳା ସଂସ୍କୃତିକୁ ଆନ୍ତର୍ଜାତୀୟ ସ୍ତରରେ ଓସୋକା ପ୍ରଦର୍ଶିତ କରି ଜୈବ କୃଷି ପ୍ରମାଣନର ଗୁରୁତ୍ଵ ଦିଗରେ ସଚେତନ କରିଥିଲେ । ବିକଶିତ ଓ ଜୈବ ଓଡ଼ିଶାର ସଫଳ ରୂପାୟନ କରିବା ଦିଗରେ ଓସୋଳା ସୁବବେଳେ କାର୍ଯ୍ୟ କରିଆସୁଛି । ଏହି ଅବସରରେ ଓସୋଜା ଦ୍ଵାରା ପ୍ରସ୍ତୁତ ସଫଳ ଜୈବ ଚାଷୀଙ୍କ ସଫଳତାର କାହାଣୀ ପୁସ୍ତକ ଉନ୍ମୋଚିତ ହୋଇଥିଲା । ଜୈବ ପ୍ରମାଣନ କିପରି ଚାଷୀମାନଙ୍କୁ ନିଜ ଉତ୍ପାଦକୁ ଅନ୍ତର୍ଜାତୀୟ ବଜାରରେ ବିଜୟ କରିବାରେ ସାହାଯ୍ୟ କରିପାରିବ ସେ ଦିଗରେ ଅନେକ ଚାଷୀ, ଉଦ୍ୟୋଗୀ ତଥା କୃଷିବିତ୍ ମାନେ ଅଂଶଗ୍ରହଣ କରି ଆଲୋଚନା କରିଥିଲେ । ଜୈବ କୃଷି ଦିଗରେ ଓଡ଼ିଶାର କାର୍ଯ୍ୟଶୈଳୀ ଏଠାରେ ପ୍ରଶଂସିତ ହୋଇଥିଲା । ଓସୋକା ତରଫରୁ ଗୁଣବ । ଗୁଣବତ୍ତା ପ୍ରବନ୍ଧକ କ୍ଷମାନିଧି ପୃଷ୍ଟି, ନିରୀକ୍ଷଣ ପ୍ରବନ୍ଧକ ସମ୍ବିତ ପାଣିଗ୍ରାହୀ, ଜୈବ ନିରୀକ୍ଷଣ ଅଧୁକାରୀ ଡି ଶୁଭମ୍ ଓ ସବ୍ୟସାଚୀ ପରିଡ଼ା ଉପସ୍ଥିତ ରହିଥିଲେ । ଆଗାମୀ ଦିନରେ ଓଡ଼ିଶା ଜୈବ କୃଷି ଓ ଜୈବ ପ୍ରମାଣନ ଦିଗରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ ବୋଲି ଅଂଶଗ୍ରହଣ କାରୀ ମାନେ କହିଥିଲେ ।
