You are currently viewing ନିଖିଳ ଉତ୍କଳ ବାରିକ ସମିତି, କଟକ ଜିଲ୍ଲା ଶାଖାର ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
ନିଖିଳ ଉତ୍କଳ ବାରିକ ସମିତି, କଟକ ଜିଲ୍ଲା ଶାଖାର ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

କଟକ ତା୨୫-୧୧-୧୦୨୩ରିଖ ନିଖିଳ ଉତ୍କଳ ବାରିକ ସମିତି, କଟକ ଜିଲ୍ଲା ଶାଖାର ଏକ କାର୍ଯ୍ୟକାରିଣୀ ବୈଠକ ”ସର୍ଜନା ଏଜୁକେସନ”ପରିସର ଶିଳ୍ପୀ କୁମ୍ଭାର ସାହି, କଟକ ଠାରେ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଅକ୍ଷୟ କୁମାର ବାରିକଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ସମିତିର କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ସମାପ୍ତ ହୋଇ ଯାଇ ଥିବାରୁ ନୂତନ କାର୍ଯ୍ଯକାରିଣୀ ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଥିଲା । ଏହି ଅବସରରେ ଶ୍ରୀଯୁକ୍ତ ଯତୀନ୍ଦ୍ରନାଥ ବାରିକଙ୍କୁ ନିର୍ବାଚନ ଅଧିକାରୀ ଭାବେ ସର୍ବ ସମ୍ମତି କ୍ରମେ ମନୋନିତ କରାଯାଇଥିଲା । ପରେପରେ
ସମସ୍ତ ବ୍ଲକ ସଭାପତି ମାନଙ୍କୁ ଓ କାର୍ଯ୍ଯକାରିଣୀ ସଭ୍ଯ ସଭ୍ଯା ମାନଙ୍କ ମଧ୍ଯରୁ ମୋଟ୍ 6 ଜଣଙ୍କୁ ମିଶାଇ ନିର୍ବାଚନ କମିଟି ଗଠନ ନେଇ ନିଷ୍ପତ୍ତି ହୋଇଥିଲା ।ଉପସ୍ଥିତ ଥିବା 6ଜଣ ନିର୍ବାଚନ କମିଟି ସଭ୍ୟା ସଭ୍ୟ ନିର୍ବାଚନ କମିଟିକୁ ମନୋନୀତ ସଭ୍ଯା/ସଭ୍ଯ ଦେବାଶିଷ ବାରିକ,ଲୀନା ବାରିକ, ଲଷ୍ମୀପ୍ରିୟା ବାରିକ, ରିଙ୍କି ବାରିକ, ପ୍ରକାଶ ବାରିକ, ନବକିଶୋର ବାରିକ,ଓ ଉପସ୍ଥିତ ବ୍ଲକ ସଭାପତି ସର୍ବଶ୍ରୀ ପ୍ରଫୁଲ୍ଲ ସିଂ (ମାହାଙ୍ଗା ବ୍ଲକ ସଭାପତି), ଶଙ୍କର ବାରିକ (ଟାଙ୍ଗୀ ବ୍ଲକ ସଭାପତି), ଜନ୍ମେଜୟ ବେଜ (ବାରଙ୍ଗ ବ୍ଲକ ସଭାପତି), ସତ୍ଯରଂଜନ ବାରିକ (କଟକ ସଦର ସଭାପତି) । ଏହାଛଡା ଅନ୍ୟ ସମସ୍ତ ବ୍ଲକ ସଭାପତି ମାନେ ଏହି ନିର୍ବାଚନ କମିଟିର ସଭ୍ଯ ଭାବେ ମନୋନିତ ହୋଇଛନ୍ତି ।
ଅନ୍ୟ ସଦସ୍ଯ ମାନେ ଶ୍ରୀଯୁକ୍ତ ପତିତପାବନ ମିର୍ଦ୍ଧା , ବଂଶୀଧର ବାରିକ, ମନୋରମା ବାରିକ, ପ୍ରମିଳା ବାରିକ, ଜଗନ୍ନାଥ ବାରିକ, ନିତ୍ୟାନନ୍ଦ ବାରିକ, ପଦ୍ମିନୀ ବାରିକ, ସନ୍ତୋଷ ବାରିକ, ଅମିତ୍ ବାରିକ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତ ସାବ୍ୟସ୍ତ କରିଥିଲେ । ଶେଷରେ ଉପସଭାପତି ଶ୍ରୀଯୁକ୍ତ ନବକିଶୋର ବାରିକ ଧନ୍ୟବାଦ ଅର୍ପଣ କରିବା ପରେ ସଭା ସାଙ୍ଗ ହୋଇଥିଲା ।