You are currently viewing ବାଘଳା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ ଆମ ଓଡିଶା ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ
ବାଘଳା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ ଆମ ଓଡିଶା ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଜି ବାଘଳା ଗ୍ରାମପଞ୍ଚାୟତ ଅଫିସ କାର୍ଯ୍ୟାଳୟ ପରିସରରେ ରକ୍ତଦାନ ଶିବିର ସରପଞ୍ଚ ହୀନ ଖୁଣ୍ଟିଆ ଓ ସମିତି ସଭ୍ୟ ପ୍ରକାଶ ଚନ୍ଦ୍ର ନାହାକ ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇ ଥିଲା | ଖଲ୍ଲିକୋଟ ପୂର୍ବତନ ବିଧାୟିକା ତଥା ରାଣୀମା ଭି ସୁଜ୍ଞାନୀଙ୍କ 86ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଥିଲା | ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟ ମଣୀ ବୈଦ୍ୟ, ସମ୍ମାନିତ ଅଥିତି ଭାବେ ଜୀବନ ବିନ୍ଦୁର ଗଞ୍ଜାମ ଜିଲ୍ଲା ସଂଯୋଜକ ସୁବାଷ ମହାରଣା, ଗଞ୍ଜାମ ଜିଲ୍ଲା ବିଜେଡି

ଉପସଭାପତି,ଜଗନ୍ନାଥସାବତ,ପୁରୁଷୋତ୍ତମପୁର ବ୍ଲକ ଅଧକ୍ଷା ପିଙ୍କି ବେହେରା, ଏନଏସି ଅଧକ୍ଷା ପ୍ରିୟଙ୍କା ଗୌଡ଼, ରାଜ୍ୟ ମହିଳା ବିଜେଡି ସଭାପତି ସୁଜାତା ପାତ୍ର, ଗଞ୍ଜାମ ଜିଲ୍ଲା ବିଜେଡି ଯୁବ ସଭାପତି ଭବାନୀ କାନ୍ତ ସାହୁ, ପୂର୍ବତନ ପୁରୁଷୋତ୍ତମପୁର ବ୍ଲକ ଅଧକ୍ଷ ବାଉରୀ ପଣ୍ଡା, ସୂର୍ଯ୍ୟ ନାରାୟଣ ପଣ୍ଡା, ଜିଲ୍ଲା ଉପସଭାପତି ଦିଗାମ୍ବର ପାଣିଗ୍ରାହୀ, ପୁରୁଷୋତ୍ତମପୁର ବ୍ଲକ ବିଜେଡି ସଭାପତି ଚିତ୍ତ ରଞ୍ଜନ ସାହୁ, ଆସ୍କା ଏମପି ନମିନୀ ସୁଦର୍ଶନ ନାୟକ, ବ୍ଲକ ଅଧକ୍ଷା ପ୍ରତିନିଧି ଜଗତ ବନ୍ଧୁ ପଣ୍ଡା, ବରିଷ୍ଟ ନେତା ପୂର୍ଣ୍ଣିଚନ୍ଦ୍ର ଦାଶ, 6ଗୋଟି ପଞ୍ଚାୟତ ଯଥା ଭାଟ କୁମରଡ଼ା, ସୁନାଥର, ଷୋଳଘର, ରାଇପୁର ଓ ଜଗନ୍ନାଥ ପୁର ପଞ୍ଚାୟତ ର ସମସ୍ତ ସରପଞ୍ଚ, ସମିତି ସଭ୍ୟ, ସଭ୍ୟା, ଙ୍କ ସହିତ ବହୁ ବିଜେଡି ନେତା କର୍ମୀ ଓ ବାଘଳା ପଞ୍ଚାୟତ ର ସିଆରପି, ଏମ୍ବିକେ, ଅଙ୍ଗନବାଡି କର୍ମୀ, ସହାୟିକା ଙ୍କ ସହିତ ବାଘଳା ଗ୍ରାମର ବହୁ ମହିଳା, ଯୁବଗୋଷ୍ଟି, ଏବଂ ରାଜକୁମାର ବସ୍ତିଆ, ନିରଞ୍ଜନ ପ୍ରଧାନ, ପ୍ରମୋଦ କୁମାର ନାହାକ, ଟୁଟୁ ପ୍ରଧାନ, ବରେନ୍ଦ୍ର କୁମାର ନାହାକ ଉପସ୍ଥିତ ରହି ଏହି ରକ୍ତ ଦାନ ଶିବିରକୁ ସହଯୋଗ କରିଥିଲେ |

ପ୍ରାୟ 200 ୟୁନିଟ ପାଇଁ ବ୍ୟବସ୍ତା କରାଯାଇଥିଲା ବେଳେ 101 ୟୁନିଟ ସଂଗ୍ରହ କରାଯାଇଥିଲା | ଏହି କାର୍ଯ୍ୟକ୍ରମ କୁ ବ୍ରହ୍ମପୁର ବ୍ଲଡ଼ ବେଙ୍କ ର ଡ଼କ୍ଟର, ଫାର୍ମାସିଷ୍ଟ ଓ କିଛି କର୍ମଚାରୀ ମଧ୍ୟ ସହଯୋଗ କରିଥିଲେ | ତେବେ ଏହି ଶିବିରକୁ ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ଶୁଭ୍ରାଂଶୁ ଶେଖର ସାବତ (ପିଣ୍ଟୁ ) ଙ୍କ ନେତୃତ୍ୱରେ ଶେଷ ହୋଇ ଥିଲା |

ରିପୋର୍ଟ ପ୍ରସନ୍ନ କୁମାର ଦାସ