You are currently viewing କନ୍ଧମାଳ ସାଂସଦଙ୍କ ବାଲିଗୁଡା ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ : ବିଭିନ୍ନ ସମସ୍ୟା ଉପରେ ଆଲୋଚନା
କନ୍ଧମାଳ ସାଂସଦଙ୍କ ବାଲିଗୁଡା ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ : ବିଭିନ୍ନ ସମସ୍ୟା ଉପରେ ଆଲୋଚନା

ବାଲିଗୁଡ଼ା, ତା, ୧୩/୦୭:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ରବିବାର ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ କରି ଡାକ୍ତରଖାନାର ବିଭିନ୍ନ ବିଭାଗ ବୁଲି ଦେଖିବା ସହ ରୋଗୀଙ୍କର ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ଏହି ପରିଦର୍ଶନ ସମୟରେ ରୋଗୀ ଓ ସେମାନଙ୍କ ପରିବାରବର୍ଗଙ୍କ ସହ କଥା ହୋଇ ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ସାଂସଦ ପଚାରି ବୁଝିବା ସହ ସ୍ୱାସ୍ଥ୍ୟ କର୍ମଚାରୀ ଓ ଡାକ୍ତରଙ୍କ ସହ ଡାକ୍ତରଖାନାର ବିଭିନ୍ନ ବ୍ୟବସ୍ଥା ଓ ଅବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଚିକିତ୍ସାଳୟ ର ବିଭିନ୍ନ ସମସ୍ୟା ଗୁଡ଼ିକର ସମାଧାନ ଦିଗରେ ତତ୍କାଳୀନ ପଦକ୍ଷେପ ନେବାକୁ ସଂପୃକ୍ତ ବିଭାଗ ସହ ଯୋଗାଯୋଗ କରିବା ସହ ଜନସାଧାରଣଙ୍କ ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଣିବା ଓ ଡାକ୍ତରଖାନାର ଆଧୁନିକୀ କରଣ ନିମନ୍ତେ ଅବିରାମ ପ୍ରଚେଷ୍ଟା ଜାରି ରଖିବା ପାଇଁ ମତ ବ୍ୟକ୍ତ କରିଥିଲେ।

ଆମର ଲକ୍ଷ୍ୟ ହେଉଛି ପ୍ରତ୍ୟେକ ନାଗରିକ ଗୁଣବତ୍ତା ସମ୍ପନ୍ନ ସ୍ୱାସ୍ଥ୍ୟସେବା ପାଇବା ନିହାତି ଦରକାର।ସ୍ୱାସ୍ଥ୍ୟସେବା ଆମ ସମସ୍ତଙ୍କର ମୌଳିକ ଅଧିକାର ଏବଂ ଏହାର ଗୁଣବତ୍ତା ବୃଦ୍ଧି ଆମର ପ୍ରାଥମିକତା ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ।

ଏହି ପରିଦର୍ଶନ ସମୟରେ ବାଲିଗୁଡା ବ୍ଲକ ସାଂସଦ ପ୍ରତିନିଧି ରଞ୍ଜିତ କୁମାର ସାହୁ, ଏନ୍ ଏସି ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ, ନଗର ସଭାପତି ମନୋଜ କୁମାର ରଥ, ପୂର୍ବତନ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ଶୁଭାଶିଷ ମିଶ୍ର, ରଞ୍ଜିତ କୁମାର ଚୌଧୁରୀ, ଦିଗାମ୍ବର ପାଣିଗ୍ରାହୀ ଙ୍କ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ l