ରମ୍ଭା 11.10.24 ଚିଲିକାରେ ଜିରୋ ଆଳିମ୍ ମାଢ଼ି ଭିଡ଼ ପ୍ରଚୁର ଭାବେ ପ୍ରଚଳନ ହେବା ଫଳରେ। ମାଛ ଚିଙ୍ଗୁଡି କମି କମି ଯାଉଛି। ଶହ ଶହ ସଂଖ୍ୟାରେ ଡଙ୍ଗାରେ ଏହି ଜାଲ ବ୍ୟବହାର କରି ଛୋଟ ମିନ, ଅଣ୍ଡା ଗୁଡିକୁ ନଷ୍ଟ କରୁଛନ୍ତି। କିଛି ମତ୍ସ୍ୟଜୀବି ଏଭଳି କାମକରିବା ଫଳରେ ଅନ୍ୟ ଲକ୍ଷ ଲକ୍ଷ ମତ୍ସ୍ୟଜୀବି ଭୋକ ଉପାସରେ ରହୁଛନ୍ତି। ତେଣୁ ବାଧ୍ୟ ହୋଇ ଜିରୋ ମାଢ଼ି ଭିଡ଼ ଜାଲକୁ ଜବତ୍ କରି ରଖିଛନ୍ତି। ଏହି ଖବର ପାଇ ଚିଲିକା ମତ୍ସ୍ୟଜୀବି ମହାସଂଘ ନେତା ଭୀମସେନ ବେହେରା କେଶପୂର୍ ଚିଲିକା କୂଳରେ ପହଞ୍ଚି ଅନ୍ୟ ସଂଘ କାର୍ଯ୍ୟକର୍ତ୍ତା ଯଥା ଦୁଃଖିଷ୍ୟାମ୍ ବେହେରା, ରତନ ବେହେରା, ପ୍ରକାଶ ବେହେରା ସମେତ ଛପନ ତାଳୁକା ସଭାପତି ବ୍ରଜବନ୍ଧୁ ବେହେରା ଉପସ୍ଥିତ ରହି ଜିରୋ ଜାଲ କୁ ସମ୍ପୂର୍ଣ ବନ୍ଦ କରିବା ସହ ଆଗାମୀ ଦିନରେ ସଂଘ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବକ୍ତବ୍ୟ ରଖିଥିଲେ। ଆଗାମୀ ଦିନରେ କେଶପୁର ଠାରେ ସଭା ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଥିଲା। ଏହି ବୈଠକରେ ଶତାଧିକ ମତ୍ସ୍ୟଜୀବି ଉପସ୍ଥିତ ଥିଲେ। ସେମାନେ ହେଲେ ପ୍ରଦୀପ ବେହେରା, ବସନ୍ତ ଦାସ, ସେନାପତି ବେହେରା, ସାରଥୀ ବେହେରା,କାର୍ତ୍ତିକ ବେହେରା, ବୈରିଗଞ୍ଜନ ବେହେରା ଓ ଗ୍ରାମର ମୁଖିଆ ଭଦ୍ର ବ୍ୟକ୍ତି ଉପସ୍ଥିତ ଥିଲେ। ଏହି ଖବର ପ୍ରଶାସନକୁ ମଧ୍ଯ ଜଣା ଜାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ଓ ଚିଲିକା ମତ୍ସ୍ୟଜୀବି ମହସଂଘ ଦାୟିତ୍ଵ ଗ୍ରହଣ କରି ଦୋଷୀକୁ ଉଚିତ୍ ଶିକ୍ଷା ଦିଆଯିବ ବୋଲି କହିଥିଲେ।
