ତା ୨୦/୧୨/୨୦୨୫ ଢେଙ୍କାନାଳ ମହିଳା ଉଚ୍ଚ ମାଧମିକ ବିଦ୍ୟାଳୟରେ ବିଦ୍ୟାଳୟର ୫୧ତମ ବାର୍ଷିକ କ୍ରୀଡା ଉତ୍ସବ ସଫଳତାସହ ଅନୁଷ୍ଠିତ ହୋଇଯାଇଛି। ଅଧକ୍ଷା ଡ. ଶକୁନ୍ତଳା ଜେନାଙ୍କ ତତ୍ୱାବଧାନରେ ତଥା ଗଣିତ ବିଭାଗ ମୁଖ୍ୟ ପ୍ରଫେସର ଭୁବନେଶ୍ୱର ମୁଦୁଲିଙ୍କ ଉପଦେଶ ରେ ଏବଂ ଡ. ପଙ୍କଜ ବାରିକ ଓ ଶ୍ରୀ ଉଦ୍ଧବ ମଲ୍ଲିକଙ୍କ ପ୍ରଚେଷ୍ଟାରେ କ୍ରୀଡା ଉତ୍ସବ ସୁରୁଖୁରୁରେ ସମାପନ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥିଭାବେ କର୍ନେଲ ଆର୍. କେ. ବଲ (ଏନ୍. ସି. ସି, ଢେଙ୍କାନାଳ )- କ୍ରୀଡ଼ାର ଉପକାରିତା ତଥା କ୍ରୀଡା ଶିକ୍ଷାର ଆଉ ଏକ ଅଂଶ ବୋଲି ଛାତ୍ରଛାତ୍ରୀ ମାନଙ୍କୁ ଦୃଢ଼କ୍ତି ପ୍ରଦାନ କରି ଶିକ୍ଷା ଏବଂ କ୍ରୀଡା ମୁଦ୍ରାର ଦୁଇପାର୍ଶ୍ବ ଯାହାଦ୍ବାରା ଶାରୀରିକ, ବୌଦ୍ଧିକ ତଥା ମାନସିକ ବିକାଶର ଅଭିବୃଦ୍ଧି ଘଟିଥାଏ ବୋଲି କହିଥିଲେ । ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଢେଙ୍କାନାଳ ମହିଳା ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ମାନଙ୍କ ସହଯୋଗରେ ବାର୍ଷିକ କ୍ରୀଡା ଉତ୍ସବ ସଫଳତା ପୂର୍ବକ ସମାପନ ହୋଇ ଯାଇଛି। ଉକ୍ତ ଉତ୍ସବରେ ସତରରୁ ଉର୍ଦ୍ଧ ପ୍ରତିଯୋଗିତାରେ ଉଚ୍ଚ ବିଦ୍ୟାଳୟର ତିନିଶହ ରୁ ଅଧିକ ବାଳିକା ଭାଗ ନେଇ ସମସ୍ତ କ୍ରୀଡାକୁ ସଫଳତା ପ୍ରଦାନ କରିଥିଲେ। ଆୟୋଜିତ ପ୍ରତିଯୋଗିତା ରେ ସଫଳ ଛାତ୍ରୀ ମାନଙ୍କୁ ମେଡିଲା ସହିତ ପ୍ରମାଣପାତ୍ର ପ୍ରଦାନ କରାଯିବା ସହ ସହଯୋଗି ଛାତ୍ରୀମାନଙ୍କୁ ମଧ୍ୟ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା। ଏହି କ୍ରୀଡା ଉତ୍ସବ ରେ ଚମ୍ପିୟାନ ଖେରାଳୀ ଭାବେ ମଇନା କିସ୍କୁ ( +୨ ପ୍ରଥମ ବର୍ଷ କାଳ ) ପୁରସ୍କୃତ ହୋଇଥିଲେ।
