You are currently viewing ଋଷିକୂଲ୍ୟା ସ୍ନାତକ ମହାବିଦ୍ୟାଳୟରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ।
ଋଷିକୂଲ୍ୟା ସ୍ନାତକ ମହାବିଦ୍ୟାଳୟରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ।

ସୋରଡା ବ୍ଲକ ସ୍ଥିତ ଋଷିକୂଲ୍ୟା ସ୍ନାତକ ମହାବିଦ୍ୟାଳୟରେ ଆନୁକୁଲ୍ୟରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ କ୍ରୀଡା, ସାମାଜିକ କାର୍ଯ୍ୟକଳାପ, କଳା ଓ ସାଂସ୍କୃତିକ ସମନ୍ବିତ ସମାରୋହ-୨୦୨୩ ଅନୁଷ୍ଠିତ ହୋଇଯାଇଛି ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ପାଢିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବ ସୋରଡା ତହସିଲଦାର ଶ୍ରୀ ସୁରେଶ ଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଟି ଉନ୍ନୟନ ଅଧିକାରୀ ସଞ୍ଜୀବ ରାଜ ସେନାପତି, ଉପାଦକ୍ଷ – ଡ଼ଃ. ହୃଷିକେଶ ମିଶ୍ର, ପରିଚାଳନା ପରିଷଦ ଅଧ୍ୟକ୍ଷ ଶିବ ପ୍ରସାଦ ଦାସ, ଋଷିକୂଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଅନିଲ ଦାସ, ସାଂସ୍କୃତିକ ବିଭାଗ ଅଧ୍ୟକ୍ଷ ସିପ୍ରା ପାତ୍ର, ଇଲୋକ୍ଟ୍ରାଲ ନୋଡାଲ ଅଫିସର ଆଜ଼ିମ ସାର, ଅର୍ଥନୀତି ଅଧ୍ୟାପକ ପ୍ରଦୀପ ସ୍ୱାଇଁ,


ଆଲୁମିନ ତଥା ପୂର୍ବତନ ଛାତ୍ର ଆଶିଷ ପାଢ଼ୀ,ଲିଟୁ କୁମାର ବିଷୋୟୀ, ଗଣମାଧ୍ୟମ ପ୍ରତିନିଧି ସତ୍ୟ କାନ୍ତ ପାତ୍ର ପ୍ରମୁଖ ଯୋଗଦେଇଥିଲେ l ଆଜିର ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀଙ୍କ ଉପସ୍ଥିତିରେ ସମସ୍ତ ଅତିଥି ଜଗତର ପ୍ରଭୁ ଶ୍ରୀ ଜଗନ୍ନାଥ ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଭୋଟର ତାଲିକା ରେ ନିଜର ନାମ ପଞ୍ଜିକୃତ କରିବା ସହ ଏହାର ଗୁରୁ୍ତ୍ଵ ବିଷୟରେ ଅବଗତ କରାଇଥିଲେ ।

ଆଜିର ଏହି କାର୍ଯ୍ୟକ୍ରମରେ ପୂର୍ବରୁ ବିଜୟ ଲାଭ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନେ ମଞ୍ଚ ଉପରେ ନାଚ ଗୀତ ସହ ଏକ କ୍ଷିଦ୍ରୋ ଚଳଚ୍ଚିତ୍ର ପରିବେଷଣ କରିଥିଲେ । ଉପସ୍ଥିତ ଥିବା ସରକାରୀ ଅଧିକାରୀ ନିଜ ବକ୍ତବ୍ୟରେ କହିଥିଲେ ସରକାର ପ୍ରତେକ ମହାବିଦ୍ୟାଳୟ କୁ 50 ଲକ୍ଷ୍ୟ ପ୍ରଦାନ କରିଛନ୍ତି କିଛି ଋଷିକୂଲ୍ୟା ମହାବିଦ୍ୟାଳୟ କୁ ଅତିରିକ୍ତ 50 ଲକ୍ଷ୍ୟ ପ୍ରଦାନ କରୁଛନ୍ତି ।