You are currently viewing ବେଲଗୁଣ୍ଠାରେ ନୂତନ ଥାନାଧିକାରୀଙ୍କ ଯୋଗଦାନ:ପ୍ରେସ୍ କ୍ଳବ ର ସ୍ୱାଗତ।
ବେଲଗୁଣ୍ଠାରେ ନୂତନ ଥାନାଧିକାରୀଙ୍କ ଯୋଗଦାନ:ପ୍ରେସ୍ କ୍ଳବ ର ସ୍ୱାଗତ।

ବେଲଗୁଣ୍ଠା -୨୧/୮-ବେଲଗୁ଼ଣ୍ଠା ଥାନାରେ ଆଜି ଅପରାହ୍ନ ୫ଘଟିକା ସମୟରେ ନୂତନ ଥାନାଧିକାରୀ ଭାବେ ବନବିହାରୀ ପ୍ରଧାନ ଯୋଗ ଦେଇଛନ୍ତି । ଶ୍ରୀ ପ୍ରଧାନ ପୂର୍ବରୁ ଖୋର୍ଦ୍ଧା ଟାଉନ୍ ଥାନାରେ ଆଇଆଇସି ଭାବେ କାର୍ଯ୍ୟରତ ଥିଲେ ।ବେଲଗୁଣ୍ଠାରେ ଥାନାଧିକାରୀ ଥିବା ପ୍ରକାଶ କୁମାର ସାହୁଙ୍କ ଯାଜପୁର ଜିଲ୍ଲାକୁ ବଦଳି ହୋଇଯାଇଅଛି । ଆଜି ନୂତନ ଥାନାଧିକାରୀ ଶ୍ରୀ ପ୍ରଧାନ ଟ୍ରାଫିକ ନିୟନ୍ତ୍ରଣ, ଅସାମାଜିକ ବ୍ୟକ୍ତିଙ୍କ ଉପରେ ତୀକ୍ଷ୍ମ ନଜର, ମଦୁଆ ଗାଡ଼ି ଚାଳକ, ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଉପରେ ଗୁରୁତ୍ୱ ଦେବେ ବୋଲି ପ୍ରକାଶ କରିବା ସହିତ ଥାନା ଅଞ୍ଚଳବାସୀଙ୍କ ସହଯୋଗ ଲୋଡ଼ିଥିଲେ । ଆଜି ନୂତନ ଥାନାଧିକାରୀ ଶ୍ରୀ ପ୍ରଧାନଙ୍କୁ ବେଲଗୁଣ୍ଠା ପ୍ରେସ୍ କ୍ଳବ ତରଫରୁ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ନେତୃତ୍ବରେ ସମସ୍ତ ସଦସ୍ୟ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଏଥିରେ ଉପସଭାପତି ପ୍ରଭାତ କୁମାର ସାହୁ,ସହ ସମ୍ପାଦକ ସରୋଜ ଶତପଥୀ, ଚନ୍ଦନ ସାହୁ, ସଚିନ୍ ପୁରୋହିତ,ଶିବ ପ୍ରସାଦ ମହାପାତ୍ର, ସୁଧାଂଶୁ ଶେଖର ବିଷୋୟୀ, ଶିବରାମ ଚୌଧୁରୀ, ନାରାୟଣ ପଣ୍ଡା, ପଞ୍ଚାନନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ -ଶିବରାମ ଚୌଧୁରୀ