ବଣେଇ, ସୁନ୍ଦରଗଡ଼,
କଚେରି ଛକ ସାମ୍ନାରେ ଥିବା ଗୁମୁଟି ଦୋକାନ ସମୂହ ପୂର୍ବରୁ ବଣେଇର ଡେଲି ମାର୍କେଟ ଭାବେ ପରିଚିତ ହେଉଥିଲା ଆଜିକୁ ୭ ବର୍ଷ ପୂର୍ବେ ବଣେଇ ଉପଜିଲାପାଳ ଭାବେ ଯୋଗଦେଇ ଥିବା ଆଇଏଏସ ସୁରେନ୍ଦ୍ର କୁମାର ମୀନା ବଣାଇକୁ ସରସ ସୁନ୍ଦର ଭାବେ ଗଢି ତୋଳିବାକୁ ଉଦ୍ୟମ କରିଥିଲେ ।ସେହିପରି ଭାବେ ବଣାଇର ବିଭିନ୍ନ ଅଞ୍ଚଳରେ ଚାଷ କରାଯାଉଥିବା ପନିପରିବାକୁ ଦୈନିକ ବଣାଇରେ ଆଣି ବିକ୍ରି କରିବା ସହିତ, ଚାଷୀମାନେ ଦୁଇ ପଇସା ରୋଜଗାର କରି ଗୁଜୁରାଣ ମେଣ୍ଟାଇବା ସହ ତାଙ୍କୁ ସ୍ଵାବଲମ୍ବୀ କରିବାର ଲକ୍ଷ୍ୟ ନେଇ ଚାଷୀମାନଙ୍କ ଉତ୍ପାଦିତ ପନିପରିବାକୁ ଗୋଟିଏ ସ୍ଥାନରେ ଏକତ୍ରିତ କରି ବିକ୍ରି କରିବା ନିମନ୍ତେ ସେଠାରେ ଥିବା ଗୁମୁଟି ଦୋକାନଗୁଡିକୁ ସ୍ଥାନାନ୍ତରିତ କରି ସେଠାରେ ଏକ କୃଷକ ମଣ୍ଡି ତିଆରି କରାଯାଇଥିଲା ।କିନ୍ତୁ ବିଡ଼ମ୍ୱନାର ବିଷୟ କୃଷକ ବଳାର ପାଇଁ ଚୁକ୍ତି ହୋଇଥିବା ଦୋକାନ ଘରଗୁଡ଼ିକ ପରବର୍ତୀ ସମୟରେ କେତେକ ସ୍ବାର୍ଥପର ବ୍ୟକ୍ତି ପ୍ରଶାସନକୁ ଧରି କୃଷକମାନଙ୍କ ପାଇଁ ଉଦ୍ଦିଷ୍ଟ ଜାଗା କୁ ନିଜ କକ୍କୁ ନେଇ ସେଠାରେ ଚପଲ ଓ ମଦ ଦୋକାନ ଖୋଲିଥିବା ଦେଖିବାକୁ ମିଳିଛି ।କୃଷକ ବଜାର ବ୍ୟବସାୟୀଙ୍କ ଅକ୍ତିଆରକୁ ଚାଲିଯିବା ଛାତ୍ରୀମାନେ ଫଳରେ ବର୍ତ୍ତମାନ ଅଞ୍ଚଳର ଚାଷୀମାନେ ନିଜ ବାଡି, ବଗିଚାରେ ଚାଷ କରିଥିବା ପନିପରିବା ବଣାଇରେ ଆଣି ବିକ୍ରି କରିବାକୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେମାନେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାସ୍ତା କଡ଼ରେ ଥିବା ନଳା ଉପରେ ଖୋଲା ଆକାଶ ତଳେ ଖରା ବର୍ଷାରେ ପରିବା ବିକୁଛନ୍ତି।ତେଣୁ ଚୁକ୍ତି ଅନୁଯାୟୀ ବ୍ୟବସାୟୀଙ୍କ କବଳରୁ କୃଷ୍ଣକ ବଜାରକୁ ମୁକ୍ତ କରିବା ସହିତ ମଦ ଦୋକାନକୁ ସହର ବାହାରକୁ ସ୍ଥାନାନ୍ତର କରି ପୁଣିଥରେ ସ୍ଥାନୀୟ କୃଷକମାନଙ୍କୁ ସେମାନଙ୍କ ଜାଗା ଫେରସ୍ତ କରିବା ପାଇଁ ସ୍ଥାନୀୟ ପ୍ରଶାସନ ସହିତ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।
𝑰𝑱𝑩 𝒏𝒆𝒘𝒔
ℕ𝕚𝕝𝕒𝕜𝕒𝕟𝕥𝕙𝕒𝕡𝕣𝕒𝕕𝕙𝕒𝕟
