You are currently viewing ବରଗାଁ ପଞ୍ଚାୟତରେ ଆମ ଓଡ଼ିଶା , ନବୀନ ଓଡିଶା ଯୋଜନାରେ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ ।
ବରଗାଁ ପଞ୍ଚାୟତରେ ଆମ ଓଡ଼ିଶା , ନବୀନ ଓଡିଶା ଯୋଜନାରେ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ ।

ଆସିକା,୧୮/୧ (ଶକ୍ତି ପ୍ରସାଦ କର) ଆମ ଓଡ଼ିଶା, ନବୀନ ଓଡ଼ିଶା ଓ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ପଦକ୍ଷେପ ଅନ୍ତର୍ଗତ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିରର ଆୟୋଜନ କରାଯିବ । ଗ୍ରାମାଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ରାଜ୍ୟ ସରକାର ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ପୂର୍ବରୁ ଆରମ୍ଭ କରିଥିବା ଵେଳେ ଗ୍ରାମୀଣ ଓଡ଼ିଶାର ରୂପାନ୍ତରଣ ଯାତ୍ରାକୁ ଆଗକୁ ନେବା, ଗ୍ରାମାଞ୍ଚଳର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ବିକାଶ ତ୍ବରାନ୍ବିତ ଓ ରାଜ୍ୟର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଏକାନ୍ତ କାମ୍ୟ । ଏହି କ୍ରମରେ ରାଜ୍ୟ ସରକାର ବର୍ତ୍ତମାନ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଅଧୀନରେ ରାଜ୍ୟର ୬୭୯୪ ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଆଜି ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ବରଗାଁ ପଞ୍ଚାୟତରେ ସଚେତନତା ଶିବିର ଆରମ୍ଭ ହୋଇଛି ।
ଗ୍ରାମାଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ପଞ୍ଚାୟତ ସ୍ତରରେ ପ୍ରାଥମିକ ଶିକ୍ଷାର ଉନ୍ନତିକରଣ, ସାଂସ୍କୃତିକ ଭିତ୍ତିଭୂମିର ବିକାଶ, ବିଭିନ୍ନ ଗୋଷ୍ଠୀଭିଭିକ ଆବଶ୍ୟକୀୟ ପ୍ରକଳ୍ପ, ମିଶନଶକ୍ତି ଗୃହ, ଡିଜିଟାଲ ସେବା ନିମନ୍ତେ ଆବଶ୍ୟକୀୟ ଭିତ୍ତିଭୂମିର ବିକାଶ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ଏହି ପ୍ରକଳ୍ପକୁ ସମ୍ପୃକ୍ତ ଗ୍ରାମ ବାସିନ୍ଦା, ନିର୍ବାଚିତ ପଞ୍ଚାୟତିରାଜ ପ୍ରତିଷ୍ଠାନ ସଦସ୍ୟ, ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟ, ବିଭିନ୍ନ ଗୋଷ୍ଠୀ ସଙ୍ଗଠନର ସଦସ୍ୟ, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଙ୍କଠାରୁ ଗ୍ରହଣ କରାଯାଇ ଗ୍ରାମପଞ୍ଚାୟତ ସହ ପରାମର୍ଶ କରି ଏହାକୁ ସଙ୍କଳନ କରାଯାଇଛି । ଏହାକୁ ଚୂଢ଼ାନ୍ତ ରୂପ ଦେବା ପାଇଁ ପଞ୍ଚାୟତ ସ୍ତରୀୟ ବୈଠକରେ ଅନୁମୋଦିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ, ଆସିକା ବ୍ଳକ ଅଧ୍ୟକ୍ଷା ତ୍ରୀବେଣି ନାହକ,ବ୍ଳକ ଉପ ଅଧ୍ୟକ୍ଷା ଡି.ରେଶମା ଦୋରା,ଜିଲ୍ଲା ପରିଷଦ ସଭ୍ୟ ବି. ମନୋଜ ଦୋରା, ଅନିମ ପରିଡା, ତନ୍ମମୟୀ ନାହକ, ଶିବ ନାହକ, ଏସଡିଓ ଜିତେନ୍ଦ୍ର ସିଂ, ଡକ୍ଟର. ଅକ୍ଷୟ କୁମାର ପାଣିଗ୍ରାହୀ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଆସିକା ବିଡ଼ିଓ ଫକୀର ଚର ପରିଡା ସଂଯୋଜନା କରିଥିଲେ ।