You are currently viewing ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ରେ “ମା ପାଇଁ ଗଛ ଟିଏ ” କାର୍ଯ୍ୟକ୍ରମ
ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ରେ “ମା ପାଇଁ ଗଛ ଟିଏ ” କାର୍ଯ୍ୟକ୍ରମ

ଖଲ୍ଲିକୋଟ :23/7 ଖଲ୍ଲିକୋଟ ସ୍ଥିତ ଗଞ୍ଜାମ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ପରିସର ରେ ମା ପାଇଁ ଗଛ ଟିଏ ସମ୍ପର୍କିତ ଏକ ସଚେତନେତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି |ପ୍ରତିଷ୍ଠାନ ର ଅଧକ୍ଷ ଡ଼ଃ. ସନ୍ତୋଷ କୁମାର ପରିଡା ଙ୍କ ପୌର ହିତ୍ୟ ରେ ଆୟୋଜିତ ସଚେତନେତା କାର୍ଯ୍ୟକ୍ରମ ରେ ଖଲ୍ଲିକୋଟ ବନାଞ୍ଚଳ ଅଧିକାରୀ ଦିବ୍ୟ ଶଙ୍କର ବେହେରା, ଖଲ୍ଲିକୋଟ ଆଇ ଆଇ ସି ନରେଶ କୁମାର ସାହୁ, ଜିଲ୍ଲା ଇକୋ କ୍ଲବ ସଭାପତି ଶଙ୍କର ନାରାୟଣ ଜେନା, ରମ୍ଭା ବନ୍ୟପ୍ରାଣୀ ଅଧିକାରୀ ରଂଜିତା ଜେନା ଓ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ର ଶିକ୍ଷକ ବିଷ୍ଣୁ ନାରାୟଣ ଜେନା ଓ ଶୀଳ୍ପୀ ପଞ୍ଚାନନ ସୁର ଓ ଅବଦୁଲ କଲାମ ଜନ କଲ୍ୟାଣ ପରିଷଦ ସଭାପତି ପ୍ରମୁଖ ଯୋଗ ଦେଇ ଉପସ୍ଥିତ ଗୁରୁ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଚଳିତ ବିଶ୍ୱ ଉତ୍ତାପ୍ତିକାରଣ ପରିପ୍ରେକ୍ଷୀ ରେ ବ୍ୟାପକ ବୃକ୍ଷ ରୋପଣ ର ଆବଶ୍ୟକତା ସମ୍ପର୍କରେ ପରାମର୍ଶ ଦେଇଥିଲେ |ଏ ଉପଲକ୍ଷେ ଶିକ୍ଷା ପ୍ରତିଷ୍ଠାନ ପିଲାମାନେ ବୃକ୍ଷ ରୋପଣ ସମ୍ପର୍କିତ ଏକ ସଚେତନେତା ସଂଗୀତ ଆବୃତ୍ତି କରିଥିଲେ |
ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ