You are currently viewing ପେଟ୍ରୋଲ ମିଳୁନି, ସାବିତ୍ରୀ ବ୍ରତ ପାଇଁଚିନ୍ତାରେ ସତ୍ଯବାନ
ପେଟ୍ରୋଲ ମିଳୁନି, ସାବିତ୍ରୀ ବ୍ରତ ପାଇଁଚିନ୍ତାରେ ସତ୍ଯବାନ

ପୁରୀ,୧୫/୨- ଏବେ ଦୁଇଦିନ ଧରି ପେଟ୍ରୋଲ ମାଳିବାକୁ ନେଇ ସମସ୍ଯା ଲାଗିରହିଛି । ପେଟ୍ରୋଲ ଟାଙ୍କି ପାଖରେ ଦୁଇ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଠିଆ ହେଲେ ପେଟ୍ରୋଲ ମିଳୁନାହିଁ । ପେଟ୍ରୋଲ ଚିନ୍ତାରେ ସତ୍ଯବାନ ଘାଣ୍ଟି ହେଉଛନ୍ତି । ଶନିବାର ମହାସତୀ ସାବିତ୍ରୀଙ୍କ ପୂଜା । ଘରେ ଧର୍ମପତ୍ନୀଙ୍କ ଲମ୍ବା ଲିଷ୍ଟ । ମାର୍କେଟ ଛକ ଓ ବଡଶଙ୍ଖ ଫଳ ଦୋକାନରେ ଫଳ ଦର ଆକାଶଛୁଆଁ । ସ୍ବାମୀଙ୍କ ଦୀର୍ଘ ଜୀବନ କାମନା କରି ସାବିତ୍ରୀ ପୂଜା ପାଳିତ ହେବ । ଆମ୍ବ,ପଣସ, ନଡିଆ, ସେଓ, ସପୁରୀ, କମଳା, ଖଜୁରୀ, ତାଳ, ଲିଚୁ, ପିଜୁଳି ଅଙ୍ଗୁର, ନାସପାତି, ଡାଳିମ୍ବ,କଦଳୀ ଆଦି ଫଳମୂଳ ଦର ବୃଦ୍ଧି ପାଇଛି । ଦେଶୀ କଦଳୀ ଗୋଟା ପ୍ରତି ୨୦ ଟଙ୍କା ଥିବାବେଳେ ଆନ୍ଧ୍ରା କଦଳୀ ୧୨ ଟଙ୍କା ରହିଛି । ବଜାରର ମହଙ୍ଗା ମାଡ ଦେଖି ସତ୍ଯବାନଙ୍କ ପକେଟ ଖାଲି ହୋଇଯାଉଛି । ଦେଶୀ ଆମ୍ବ କିଲୋ ପ୍ରତି ୬୦ ଟଙ୍କା ଥିବାବେଳେ ବାଇଗଣ ପଲେଇ ଆମ୍ବ ୧୦୦ ଟଙ୍କା । ଛୋଟ ମଧ୍ଯମ ଓ ବଡ ପଣସ ୧୦୦ ଟଙ୍କାରୁ ୫ଶହ ଟଙ୍କା ପର୍ଯ୍ୟନ୍ତ ରହିଛି । ଖଜୁରୀ କୋଳି ୧୦ଟାକୁ ୨୦ଟଙ୍କା ଥିବାବେଳେ ତାଳ ଗୋଟା ୨୦ଟଙ୍କା । ଅଙ୍ଗୁର କିଲୋ ୨୫୦ ଟଙ୍କାରୁ ରୁ ୩ଶହ ଟଙ୍କା ପର୍ଯ୍ୟନ୍ତ ରହିଛି ।

କମଳା କିଲୋ ୧ଶହ ଟଙ୍କାରୁ ୨ଶହ ଟଙ୍କା ରହିଛି । ନଡିଆ ଗୋଟାକୁ ୪୦ ଟଙ୍କା ୫୦ ଟଙ୍କାରେ ବିକ୍ରି ହେଉଛି । ଶୁକ୍ରବାର ସଂଧ୍ଯାରେ ବଡଶଙ୍ଖ ଫଳ ବଜାରରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା । ଫଳ କିଣିବା ସମୟରେ ଘର ସାବିତ୍ରୀଙ୍କ ଫୋନ ଆସୁଛି ଏଇଟା ଆଣ ସେଇଟା ଆଣ । ପେଟ୍ରୋଲ ନଥିବାରୁ ମାର୍କେଟ ଛକ, ବଡଶଙ୍ଖ ଓ ଷ୍ଟେସନ ବଜାର ବୁଲି ନାକେଦମ ବେବାକୁ ପଡୁଛି । ବଡଶଙ୍ଖ ବଜାରରେ ଫଳ କିଢୁଥିବା ବେଳେ ଜୈନିକ ବୃଦ୍ଧ ବ୍ଯକ୍ତି କହିଲେ ଆଛା ଦିନ ଆ ଗେୟା । ସାବିତ୍ରୀଙ୍କ ଚିନ୍ତାରେ ସତ୍ଯବାନ ଘୁରି ବୁଲୁଛନ୍ତି ।