ଗଞ୍ଜାମ ଜିଲ୍ଲା ବେଗୁନିଆ ପଡା ବ୍ଲକ ଅନ୍ତର୍ଗତ କୁମ୍ଭାର ଗାଁ ପଞ୍ଚାୟତ ର କୁମାରୀ ପାରି ଗ୍ରାମ ର କାଜଲ ବାପା, ମାଙ୍କ ଅଳି ଅଳି ସାନ ଝିଅ (16) | ଦୁଇ ବର୍ଷ ତଳେ ମାଟ୍ରିକ ପଢା ସାରି ଆଗକୁ ପାଠ ପଢିବା ପାଇଁ ଲକ୍ଷ ରଖିଥିଲେ, କିନ୍ତୁ ବିଧିର ବିଧାନ ଆଗରେ ବନ୍ଧା ପଡିଗଲେ କାଜଲ | ହାତରେ ଗୋଟିଏ ଛୋଟିଆ ଦୁର୍ଘଟଣାରୁ ଆରମ୍ଭ ହେଲା କର୍କଟ ରୋଗ | ଦୀର୍ଘ ସାତ ମାସ କାଳ ବିଭିନ୍ନ ମେଡିକାଲ ଧାଇଁ ଧାଇଁ ସର୍ବସ୍ୱାନ୍ତ ହୋଇଗଲେଣି ପରିବାର | ନା ହାତରେ ଅଛି ରାସନ କାର୍ଡ, ନା ଅଛି ବିଜୁ ସ୍ଵାସ୍ତ୍ୟ କାର୍ଡ | ଯାହା ଥିଲା ଖର୍ଚ୍ଚ କରି କରି ଏବେ ଭଗବାନ ଭରସାରେ ପରିବାର | ତିନି ଝିଅରେ ଅଳି ଅଳି ସାନ ଝିଅ କାଜଲ ଏବେ ଜୀବନ ମୃତ୍ୟୁର ଦୋ ଛକିରେ | ନିଜ ଜୀବନ ବଞ୍ଚାଇବା ପାଇଁ ଆକୁଳ ନିବେଦନ କରିବାର ଦୃଶ୍ୟ ହୃଦୟ ବିଦାରକ | ଝିଅର ଜୀବନ ପାଇଁ ବାପା ଭିକା ପଲେଇ ଏଵଂ ମା ଜୟନ୍ତୀ ପଲେଇ କାନ୍ଦି କାନ୍ଦି ନୟାନ୍ତ | ଯାହା ଥିଲା ସବୁ ସରିଗଲା, ଏବେ କେବଳ ପ୍ରଶାସନର ସହାୟତାକୁ ଅପେକ୍ଷା। ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ୍ ।
