ପୁରୁଷୋତ୍ତମପୁର ବିଦ୍ୟୁତ ଡିଭିଜନ ତରଫରୁ ମିଟର ରିଡର ଲକ୍ଷ୍ମୀ ନାରାୟଣ ତ୍ରିପାଠୀ ଙ୍କୁ ଅମାନୁଷିକ ଭାବେହତ୍ୟା ର ପ୍ରତିବାଦ ରେ ପୁରୁଷୋତ୍ତମପୁର ଜଗନ୍ନାଥ ମନ୍ଦିର ରୁ ଡିଭିଜନ ଅଫିସ ଯାଏଁ ମୃତକଙ୍କ ଏକ ଫୋଟ ଧରି ସମସ୍ତେ ଏକତ୍ରିତ ହୋଇ ମିଟର ରିଡର କର୍ମଚାରୀ, ସୁପର ଭାଇଜର ଏଂବ ସମସ୍ତ ବିଭାଗୀୟ ଷ୍ଟାଫ, ଅଫିସର, ତାଙ୍କର ଅମର ଆତ୍ମାର ସଦଗତି କାମନା ସହିତ ତାଙ୍କ ପରିବାରକୁ ଭଗବାନ ଶକ୍ତି ଯୋଗାଇବା ନିମନ୍ତେ ସହଯୋଗ ପାଇଁ ଡିଭିଜନ ଅଫିସ ମଧ୍ୟରେ 2 ମିନଟ ନିରବ ପାର୍ଥନା କରି ମୃତକଙ୍କ ପାଇଁ ସରକାର ସହଯୋଗ ସହିତ ବିଭାଗୀୟ ବିଦ୍ୟୁତ ବିଭାଗ ର ଟାଟା କମ୍ପାନୀ ସହଯୋଗ କରିବାକୁ ସେମାନେ ମଧ୍ୟ ଦାବି କରିଛନ୍ତି | ଏହାସହ ସରକାର ସବୁ ମିଟର ରିଡର ମାନଙ୍କୁ ସୁରକ୍ଷା ପ୍ରଦାନ କରିବା ପର୍ଯ୍ୟନ୍ତ ଓ ହତ୍ୟା କାରିକୁ ତୁରନ୍ତ ଉଚିତ ଦଣ୍ଡ ପ୍ରଦାନ କରିବାକୁ ମଧ୍ୟ ଦାବି କରିଛନ୍ତି | ଏହି ରାଲିରେ ପ୍ରାୟ 200ଭ୍ରୁ ଅଧିକ ସଦସ୍ୟ ଉପସ୍ଥିତ ରହି ମୃତକଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି | ଏବଂ ସରକାର ଏବଂ ଟିପି ଏସ ଡ଼ିଏଲ କମ୍ପାନୀ ମଧ୍ୟ ସେମାନଂକୁ ସୁରକ୍ଷା ପ୍ରଦାନ ନଦେବା ପର୍ଯ୍ୟନ୍ତ ସେମାନେ କାମ ବନ୍ଦ କରି ବାକୁ କହିଛନ୍ତି |

