_ଲାଠିକଟା,୯/୭:
ଲାଠିକଟା ବ୍ଲକ୍ର ବିଭିନ୍ନ ଗ୍ରାମରେ ଦିନକୁ ଦିନ ହାତୀପଲଙ୍କ ଉପଦ୍ରବ ବଢ଼ି ଚାଲିଛି। ଗତକାଲି ରାତିରେ ସୋନାପର୍ବତ ଗଂଜୁଟୋଲାରେ ୧୦ଟିକିଆ ହାତୀପଲ ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇ ନଷ୍ଟ କରିଦେଇଛନ୍ତି।ପ୍ରେମଚାନ୍ଦ ପଶାୟତଙ୍କ ଘରକୁ ପଶି ଗୋଟିଏ ହାତୀ ଧାନ ବସ୍ତା ଖାଇବା ସହ ଘରର ଆସବାବପତ୍ର ନଷ୍ଟ କରିଦେଇଥିଲେ । ପ୍ରେମଚାନ୍ଦଙ୍କ ପରିବାର ହାତୀ ଆସୁଥିବା ଶବ୍ଦ ଶୁଣି ଅନ୍ୟ ଘରକୁଯାଇ ହାତୀ ଆକ୍ରମଣରୁ ରକ୍ଷା ପାଇ ଯାଇଥିଲେ। ସେହିପରି ଲକ୍ଷଣ ଭୂମିଜ, ଅଘନୀ ସମାସୀ, ରଥୁ ସମାସୀଙ୍କ ଘର ମଧ୍ୟ ହାତୀପଲ ଭାଙ୍ଗି ଦେଇଥିବା ଜଣାପଡିଛି। ପରେ ଗ୍ରାମବାସୀ ଏକତ୍ରିତ ହୋଇ ନିଆଁ ଜଳାଇ ଦୂରକୁ ଘୋଉଡ଼ାଇ ଦେଇଥିଲେ।
𝕀𝕁𝔹 𝕟𝕖𝕨𝕤
ℝ𝕒𝕤𝕞𝕚𝕥𝕒 𝕞𝕦𝕟𝕚

