You are currently viewing ଏସ୍ ରଘୁନାଥପୁର ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଏସ୍ ରଘୁନାଥପୁର ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ସାନଖେମୁଣ୍ଡି ୧୦/୨( ରଘୁନାଥ ନାୟକ )ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଜିଉରା ପଞ୍ଚାୟତଅନ୍ତର୍ଗତଏସ୍ .ରଘୁନାଥପୁର ଗ୍ରାମର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ପାଟପୁର ଓ ପି ,ରାମଚନ୍ଦ୍ରପୁର କ୍ଲଷ୍ଟରର ମିଳିତ ଉଦ୍ୟମରେ ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।ଏଥିରେ ସାନଖେମୁଣ୍ଡି ବ୍ଲକ ଶିକ୍ଷା ଅଧିକାରୀ ପ୍ରଫୁଲ୍ଲ କୁମାର ଚୌଧୁରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ ।ଅତିରିକ୍ତ ଗୋଷ୍ଠି ଶିକ୍ଷାଧିକାରୀ ରାମଚନ୍ଦ୍ର ପଣ୍ଡା, ବିନିତାମିଶ୍ର, ରିତାଞ୍ଜଳୀ ରଥ ସମେତ ସିଆରସିସି ଦେବହରି ରଣା, ଦିଲ୍ଲୀପ କୁମାରପ୍ରଧାନ,ଏକ୍ସସିଆରସିସି ଶଙ୍କର୍ଷଣ ସେଠୀ , ମୁକେଶ ପାତ୍ର, ପବିତ୍ର ସେଠୀ, ତୋଫାନ ପାତ୍ର ଉପସ୍ଥିତ ଥିଲେ। ୩୦ ରୁ ଉର୍ଦ୍ଧ୍ବ ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ। ବିଦ୍ୟାଳୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ବାର୍ଷିକ ଉତ୍ସବଅନୁଷ୍ଠିତ ହୋଇଥିଲା।ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ଚକ୍ର ପାଣି ବେହେରାଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଏସଏମସି ସଭାପତି ନୀଳ ସେଠୀ,ଗ୍ରାମ୍ୟ ସଭାପତି ସିମାଞ୍ଚଳ ରାଉତ ପୂର୍ବତନ ନାଏବ ସରପଞ୍ଚ ,ଅବସର ପ୍ରାପ୍ତ ଶିକ୍ଷକ ଜବାହରଲାଲ ସାହୁ ମଞ୍ଚାସୀନ ହୋଇଥିଲେ। ଶିକ୍ଷକ ସତ୍ୟନାରାୟଣ ନାୟକ ,ସୋମନାଥ ସାହୁ ,ନରସିଂହ

ସେଠୀ,ଜ୍ୟୋତିରଂଜନ ସାହୁ ଉପସ୍ଥିତ ଥିଲେ।ପୁରସ୍କାର ବିତରଣ ଉତ୍ସବ ପରେ ଶିକ୍ଷାର୍ଥୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଶିକ୍ଷକ ଶିବରାମ ସାବତ, ସୁମନ୍ତ କୁମାର ନାୟକ,କୃଷ୍ଣ ଚନ୍ଦ୍ର ବେହେରା ଓ ନାରୁସୁ ସେଠୀ ମଞ୍ଚ ପରିଚାଳନାରେ ସହାୟତା କରିଥିଲେ।