ଓଡିଶା ରାଜ୍ୟ ସମବାୟ ସମିତି ପକ୍ଷରୁ ସମବାୟ ସମିତିରେ ଜଡିତ ବ୍ଯକ୍ତି ବା ପରିବାର ମାନଙ୍କ ଆର୍ଥିକ ମାନଦଣ୍ଡ ଉର୍ନ୍ନତି କ୍ଷେତ୍ରରେ ଏହି ତାଲିମ ଦିଆଯାଇଥିବା ଜଣାପଡିଛି। ପ୍ରତିଟି ବ୍ଯକ୍ତି ସମବାୟ ସମିତିର ସଦସ୍ୟତା ଗ୍ରହଣ କରି କିଭଳି ଭାବେ ଦୈନନ୍ଦିନ ନିତ୍ଯ ବ୍ଯବହାର୍ଯ୍ଯ ଜିନିଷ କିଭଳି ଭାବେ ସମବାୟ ସମିତି ମାଧ୍ୟମରେ ପାଇପାରିବେ, ବିଶେଷ କରି ଶ୍ରମିକ ମାନେ କିଭଳି ଏହି ସୁବିଧାର ଲାଭ ଉଠାଇବା ସହ ଅନ୍ଯ ମାନଙ୍କୁ ସଚେତନ କରିବେ ସେ ନେଇ କର୍ମଚାରୀ ମାନେ ସଚେତନ କରିଥିଲେ। ବିନା ମୂଲ୍ୟରେ ସମବାୟ ସମିତିର ଜଣେ ଜଣେ ସଦସ୍ୟ ହୋଇ ପାରିବେ ଏବଂ ସମବାୟ ସମିତି ଜରିଆରେ ଶ୍ରମିକ ଶ୍ରେଣୀର ଲୋକମାନଙ୍କ ପାଇଁ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଛନ୍ତି ତାଲିମ୍ ପ୍ରଦାନ କରିଥିବା କର୍ମଚାରୀ।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ ।
