You are currently viewing ବନ୍ୟା ଆଶ୍ରୟସ୍ଥଳୀ ସ୍ତରୀୟ ସାମୁହିକ ଅଭ୍ୟାସ ମକ ଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ
ବନ୍ୟା ଆଶ୍ରୟସ୍ଥଳୀ ସ୍ତରୀୟ ସାମୁହିକ ଅଭ୍ୟାସ ମକ ଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ସୋମବାର ଦିନ ପ୍ରାକୃତିକ ବିପର୍ଯ୍ୟୟ ଓ ଏହାର ସଫଳ ମୁକାବିଲା ନିମନ୍ତେ ଦିଗପହଣ୍ଡି ବ୍ଳକ ଖମ୍ବାରୀ ଗାଁ ପଞ୍ଚାୟତର ଗୋଲଣ୍ଡା ଗ୍ରାମ ସ୍ଥିତ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ପରିସରରେ ବନ୍ୟା ଆଶ୍ରୟସ୍ଥଳୀ ସ୍ତରୀୟ ସାମୁହିକ ଅଭ୍ୟାସ ତଥା ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ , ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ବ୍ଳକସ୍ତରୀୟ ମକଡ୍ରିଲ କାର୍ଯ୍ୟକ୍ରମରେ ଦିଗପହଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ. ଚିତ୍ତରଞ୍ଜନ ଦାସ ଅଧ୍ଯକ୍ଷତା କରିଥିଲେ । ଏଥିସହ ସ୍ଥାନୀୟ ତହସିଲଦାର ସିପକ କୁମାର ପାତ୍ର , ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶୁ ସେଠୀ , ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ପୁଷ୍ପାଞ୍ଜଳୀ ଶତପଥୀ , ଜିଲ୍ଲା ଶ୍ରମ ଅଧିକାରୀ ରବିନ୍ଦ୍ର ନାଥ ତ୍ରିପାଠୀ , ଅଗ୍ନିଶମ ବିଭାଗ ମୁଖ୍ୟ ଆଗ୍ନିକ ରାଜେନ୍ଦ୍ର ନାରାୟଣ ଦାସ , କନିଷ୍ଠ ଯନ୍ତ୍ରୀ ପ୍ରେମ ରଞ୍ଜନ ମହାପାତ୍ର , ରାଜସ୍ବ ନିରୀକ୍ଷକ ସନାତନ ରଣା , ପଞ୍ଚାୟତ ନିର୍ବାହୀ ଅଧିକାରୀ ମନୋଜ କୁମାର ବିଶ୍ବାଳ , ସ୍ଥାନୀୟ ସରପଞ୍ଚ ଜୟଲକ୍ଷ୍ମୀ ଗୈାଡ , ସମାଜସେବୀ ରଞ୍ଜନ କୁମାର ପାଣିଗ୍ରାହୀ , ବିଏସ୍ ଏ ଶଙ୍କର ମିଶ୍ର , ପ୍ରଧାନଶିକ୍ଷକ ସଦାନନ୍ଦ ପାଣିଗ୍ରାହୀ , ସିଆରସିସି ଦେବେନ୍ଦ୍ର ବେହେରା , କରପଡା ସରପଞ୍ଚ ଫନିନ୍ଦ୍ର ଚନ୍ଦ୍ର ଗୋସ୍ୱାମୀ ସମେତ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମକୁ ସରପଞ୍ଚ ପ୍ରତିନିଧି ଚିତ୍ରସେନ ଗୈାଡ ସଂଯୋଜନା କରିଥିଲେ । ଏହି ପରିପ୍ରେକ୍ଷୀରେ ଦିଗପହଣ୍ଡି ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ପ୍ରାକୃତିକ ବିପର୍ଯ୍ୟୟ ଯଥା ବନ୍ୟା , ବାତ୍ୟା ସମୟରେ ଆତଙ୍କିତ ଲୋକ ତଥା ଗର୍ଭବତୀ ମହିଳାମାନଙ୍କୁ କିପରି ସୁରକ୍ଷିତ ଭାବେ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରିପାରିବା । ନିଆଁ ଲାଗିବା କିମ୍ବା ଘରେ ରନ୍ଧନ ଗ୍ୟାସରୁ ନିଆଁ ବାହାରିଲେ ତାହାକୁ କିପରି ଆୟତ୍ତ କରିପାରିବ , ଦୁର୍ଘଟଣା ଭଳି ସମୟରେ ଦୁର୍ଘଟଣା ଜନିତ ଲୋକଙ୍କୁ କିପରି ମେଡିକାଲ ପଠାଇବାର ବନ୍ଦୋବସ୍ତ କରାଯାଇପାରିବ ତାହା ଉପରେ ବିଶେଷ ଆଲୋଚନା କରିବା ସହ ଉପସ୍ଥିତ ଲୋକମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଏହି ସମୟରେ ଜନ ସାଧାରଣ ପ୍ରଶାସନର ନିର୍ଦ୍ଦେଶ ମାନିବା ସହ ନିଜେ କିପରି ସୁରକ୍ଷିତ ରହିପାରିବେ ଏବଂ ଅନ୍ୟମାନଙ୍କୁ ସୁରକ୍ଷା ଦେଇପାରିବେ ତାହା ନେଇ କାର୍ଯ୍ୟକ୍ରମରେ ସଚେତନତା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବୃନ୍ଦାବନ ଚନ୍ଦ୍ର ଯୁବ ସଂଗଠନ ସଦସ୍ୟ , ସ୍ବୟଂ ସହାୟିକା ମହିଳା ଗୋଷ୍ଠୀ , ଅଙ୍ଗନୱାଡ଼ି କର୍ମୀ ମାନେ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ ।