You are currently viewing ସାନଖେମୁଣ୍ଡି ରେ ମିଶନ ଶକ୍ତିର ବ୍ୟାଙ୍କ୍ ଋଣ ସୁଧ ଫେରସ୍ତ ମେଳା ଅନୁଷ୍ଠିତ
ସାନଖେମୁଣ୍ଡି ରେ ମିଶନ ଶକ୍ତିର ବ୍ୟାଙ୍କ୍ ଋଣ ସୁଧ ଫେରସ୍ତ ମେଳା ଅନୁଷ୍ଠିତ

ସାନଖେମୁଣ୍ଡି ୨୭/୦୨/୨୪ : (ରଘୁନାଥ ନାୟକ)- ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ରେ
ରାଜ୍ୟ ସରକାର ମିଶନ ଶକ୍ତି ବିଭାଗ ଦ୍ଵାରା ପରିଚାଳିତ ସ୍ଵୟଂ ସହାୟିକା ସଂଘ ଗୁଡ଼ିକର ଆର୍ଥିକ ପରିଚାଳନାରେ ସଂସ୍କାର ଆଣିବା ସହ ସେମାନଙ୍କ ଦ୍ଵାରା ଅଣାଯାଇଥିବା ଗ୍ରୁପ୍ ରୁଣ ଗୁଡ଼ିକର ସୁଧ ଫେରସ୍ତ କରିଛନ୍ତି । ଏହି ଅବସରରେ ବ୍ଳକ ସ୍ତରରେ ମିଶନ ଶକ୍ତି ବିଭାଗ ଦ୍ଵାରା ମହିଳା ସଦକ୍ତିକରଣର ଆବିମୁଖ୍ୟାକୁ ନେଇ ବ୍ଳକ ସ୍ତରରେ ମେଗା ସଚେତନା କାର୍ଯ୍ୟକ୍ରମ ଦ୍ବାରା ସଂଘ ମହିଳାଙ୍କୁ ଉତ୍ସାହିତ କରୁଛନ୍ତି ।


ଏହି ପରିପ୍ରେକ୍ଷୀରେ ଆଜି ସାନଖେମୁଣ୍ଡି ବ୍ଲକ୍ ମିଶନ ଶକ୍ତି ବିଭାଗ ପକ୍ଷରୁ ଏକ ମେଗା ସଚେତନା କାର୍ଯ୍ୟକ୍ରମ ଅବସରରେ ସାନଖେମୁଣ୍ଡି ମିଶନ ଶକ୍ତି କାର୍ଯ୍ୟାଳୟ ପକ୍ଷରୁ ୮୮୧ ଗୋଟି ସଂଚୟିିକା ସଂଘକୁ ୪୦ ଲକ୍ଷ୍ ୨୭୧୭ ଟଙ୍କାର ଋଣ ସୁଧ ଫେରସ୍ତ କରିଛନ୍ତି ।


ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ମିଶନ ଶକ୍ତି କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ସହ ବ୍ଲକ୍ ସଞ୍ଚୟୀକା ଫେଡରେଶନ କର୍ମକର୍ତ୍ତା , ମହିଳା ସଂଘ ସଦସ୍ୟା କର୍ମକର୍ତ୍ତା ପ୍ରମୁଖ ଯୋଗଦେଇଥିଲେ ।

ବ୍ଳକ ଅଞ୍ଚଳ ପରିମିତ ସମସ୍ତ ବ୍ୟାଙ୍କ୍ କର୍ତ୍ତୃପକ୍ଷ ଉପସ୍ଥିତ ରହିଥିଲେ ।ବିଡ଼ିଓ ଜୀତେନ୍ଦ୍ର କୁମାର ମିଶ୍ର ,ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରୀ ସୁଚିତ୍ରା ସାହୁଙ୍କ ସହ ବ୍ଲକ୍ ଉପାଧ୍ୟକ୍ଷ ରିଙ୍କି ନାହାକ , ଜିଲ୍ଲା ପରିଷଦ ସଭ୍ୟ ସୁଲତା ରାଣୀ ସ୍ବାଇଁ , ମାମାନି ପାତ୍ର ପ୍ରମୁଖଙ୍କ ସହ ପଞ୍ଚାୟତ ଜନ ପ୍ରତିନିଧି ସମୂହ ଯୋଗ ଦେଇଥିଲେ ।

ରିପୋର୍ଟ : ରଘୁନାଥ ନାୟକ