You are currently viewing ବେଲଗୁଣ୍ଠାର ବିଭିନ୍ନ ସ୍ଥାନରେ ଗୁରୁ ପୂଜନ ଉତ୍ସବ
ବେଲଗୁଣ୍ଠାର ବିଭିନ୍ନ ସ୍ଥାନରେ ଗୁରୁ ପୂଜନ ଉତ୍ସବ

ବେଲଗୁଣ୍ଠା, ୦୬/୦୯,ବେଲଗୁଣ୍ଠା ବ୍ଲକ୍ ଇଙ୍ଗିନାଠୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ରହ୍ମପୁର ଜ୍ଞାନଦୀପ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଭିମନ୍ୟୁ ଜେନାଙ୍କ ଅଧ୍ୟକ୍ଷତାରେ ପୂଜ୍ୟପୂଜା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି I ଏଥିରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଜିଲ୍ଲା ଶିକ୍ଷାଧିକାରୀ ଚନ୍ଦ୍ରଶେଖର ପଟ୍ଟନାୟକ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ରୂପେ ଇଙ୍ଗିନାଠୀ ସରପଞ୍ଚ ଶୁକଦେବ ସ୍ୱାଇଁ ଏବଂ ବିଶିଷ୍ଟ ଅତିଥି ରୂପେ ଉତ୍ତରାଞ୍ଚଳ ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି ଯୋଗ ଦେଇଥିଲେ I ସେହିପରି ସମ୍ମାନିତ ଅତିଥି ରୂପେ ଲିପିକା ସଂଗଠନ ଅଧ୍ୟକ୍ଷା ରଞ୍ଜିତା ଦାସ୍, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅରୁଣ ଚାନ୍ଦ୍ ଦାସ୍, ପୂର୍ବତନ ସମିତିସଭ୍ୟ ଅରୁଣ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ I ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ବାଳକୃଷ୍ଣ ସାବତ, ପ୍ରତାପ ଚନ୍ଦ୍ର ଶତପଥି, ପିତାମ୍ବର ପରିଡା, ଦିବାକର ଲେଙ୍କା,ସୁରେଶ ଚନ୍ଦ୍ର ମହାପାତ୍ର, ରମେଶ ଚନ୍ଦ୍ର ପାତ୍ର, ବସନ୍ତ ଜେନା, ବଲ୍ଲଭ ନାରାୟଣ ପଣ୍ଡା, ମୃତ୍ୟୁଞ୍ଜୟ ରଥ, ବାଳକୃଷ୍ଣ ବେହେରା, ରବୀନ୍ଦ୍ରନାଥ ରଥ, ପବିତ୍ର ମୋହନ ନାୟକ, ଲକ୍ଷ୍ମଣ କୁମାର ମଲ୍ଲିକ, ଶିକ୍ଷକ ବି ବଲ୍ ରାଜ୍ ଆୟାଙ୍ଗାର ପ୍ରମୁଖଙ୍କୁ ଉପଢୌକନ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା I ଶିକ୍ଷକଙ୍କୁ ବି ବଲ୍ ରାଜ୍ ଆୟାଙ୍ଗାର ଏବଂ ମୃତ୍ୟୁଞ୍ଜୟ ରଥ ସଭା ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ସଞ୍ଜିତା ପାଢୀ ଏବଂ ସସ୍ମିତ ରାଉତ ସାଂସ୍କୃତିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ I ପ୍ରଧାନ ଶିକ୍ଷକ ମନୋଜ କୁମାର ନାୟକ,ଶିକ୍ଷକ ସମୀର କୁମାର ସାହୁ ଏବଂ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ନାୟକ କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ I ସେହିଭଳି ଗାଙ୍ଗପୁର ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନରେ ପ୍ରଧାନ ଆଚାର୍ଯ୍ୟା ସସ୍ମିତା ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଗୁରୁ ପୂଜନ କାର୍ଯ୍ୟକ୍ରମରେ ଅତିଥି ଭାବେ ଅନୁଷ୍ଠାନ ସମ୍ପାଦକ ସୀମାଞ୍ଚଳ ପୃଷ୍ଟି,ବରିଷ୍ଠ ସଦସ୍ୟ ସନ୍ତୋଷ କୁମାର ବିଷୋୟୀ, ସଦସ୍ୟ ଦିବାକର ବିଷୋୟୀ ଯୋଗ ଦେଇଥିବା ବେଳେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା, ପ୍ରବନ୍ଧ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I ସେହିପରି ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ୱରେ ଗାଙ୍ଗପୁର ଶରତଚନ୍ଦ୍ର ଫଣ୍ଡ ସ୍ମାରକୀ ଉଚ୍ଚ ବିଦ୍ୟାଳୟରେ,ଶିବରାମ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ,ଅଧ୍ୟକ୍ଷ ମାନସରଞ୍ଜନ ଡାକୁଆଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ମହା ଆଡମ୍ବରରେ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I