You are currently viewing ଆଇନ ସଚେତନତା ରଥକୁ ସ୍ବାଗତ ସମ୍ବର୍ଦ୍ଧନା
ଆଇନ ସଚେତନତା ରଥକୁ ସ୍ବାଗତ ସମ୍ବର୍ଦ୍ଧନା

ରାଜ୍ୟ ଆଇନସେବା ପ୍ରାଧିକରଣ ପକ୍ଷରୁ ବାହାରିଥିବା ସଚେତନତା ରଥ ବୁଧବାର ଦିନ ଅପରାହ୍ନରେ ଦିଗପହଣ୍ଡିରେ ପହଞ୍ଚିବା ପରେ ସ୍ଥାନୀୟ ତାଲୁକା ଆଇନ ସହାୟତା କମିଟି ପକ୍ଷରୁ କୋର୍ଟ ପରିସରରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । କମିଟିର ଅଧ୍ଯକ୍ଷା ତଥା ଜେଏମଏଫସି ପ୍ରିୟଦର୍ଶିନୀ ତ୍ରିପାଠୀ ଏହି ରଥକୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ପରେ ସଚେତନତା ରଥ ଦିଗପହଣ୍ଡିର ତହସିଲ ରୋଡ , ପୁଞ୍ଜିକୟାଁ ଛକ , ମେଡିକାଲ ରୋଡ , ବଜାର ଗାନ୍ଧୀ ଛକ, ବସଷ୍ଟାଣ୍ଡ ଆଦି ବିଭିନ୍ନ ସ୍ଥାନ ପରିକ୍ରମା କରିଥିଲା । ମୁକ୍ତ ଆଇନ ସହାୟତା ବ୍ଯବସ୍ଥା , ଗିରଫ ବ୍ଯକ୍ତିଙ୍କ ଆଇନଗତ ଅଧିକାର ଭଳି ବିଭିନ୍ନ ବିଷୟରେ ଏହି ରଥ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲା । କୋର୍ଟ ପରିସରରେ ସମ୍ବର୍ଦ୍ଧନା ପ୍ରଦାନ ସମୟରେ ଆଇନଜୀବି ହରପ୍ରସାଦ ରଥ, ମନୋରଞ୍ଜନ ପଣ୍ଡା, ତବତିଆ ଡାକୁଆ, କୋର୍ଟ କର୍ମଚାରୀ ସଶ୍ମିତା ମହାରଣା, ମଙ୍ଗୁଳୁ ମଲ୍ଲିକ, ବିକ୍ରମ ପ୍ରଧାନ, ଗଣମାଧ୍ୟମ ପ୍ରତିନିଧି ସଞ୍ଜୀବ କୁମାର ପାତ୍ର, ସମାଜସେବୀ ତ୍ରିଲୋଚନ ସାହୁଙ୍କ ସମେତ ବହୁ ସଂଖ୍ୟକ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।

ଦିଗପହଣ୍ଡି ପ୍ରତିନିଧି କିରଣ କୁମାର ବେହେରା