You are currently viewing ପାଚିକା ସଂଘର ବାର୍ଷିକ ସମ୍ମିଳନୀ,ସହାୟିକାଙ୍କୁ ମିଳିଲା ପରିଚୟ ପତ୍ର
ପାଚିକା ସଂଘର ବାର୍ଷିକ ସମ୍ମିଳନୀ,ସହାୟିକାଙ୍କୁ ମିଳିଲା ପରିଚୟ ପତ୍ର

କୋଦଳା (୨୮/୧୨ /୨୦୨୩)
ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ବେଗୁନିଆପଡ଼ା ସିଦ୍ଧେଶ୍ଵର ମନ୍ଦିର ଠାରେ ଗୁରୁବାର ନିଖିଳ ଓଡିଶା ଏମଡିଏମ ପାଚିକା ସହାୟିକା ସଂଘର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଆଇଟିୟୁସି ସହ ଅନୁବନ୍ଧିତ ଉକ୍ତ ପାଚିକା ସହାୟିକା ସଂଘର ସମ୍ମିଳନୀରେ ୨୫୦ ଜଣ ପାଚିକା ଓ ସହାୟିକା ଯୋଗ ଦେଇଥିଲେ। ଏହି ଅବସରରେ ପାଚିକା ଓ ସହାୟିକା ମାନଙ୍କ ବିଭିନ୍ନ ସମସ୍ଯା ଓ ତାହାର ସମାଧାନ ବିଷୟରେ ଆଲୋଚନା ହୋଇଥିଲା। ମାତ୍ର ୧୪୦୦ ଟକାଂରେ କାର୍ଯ୍ଯ କରୁଥିବା ବେଳେ ବିଭିନ୍ନ ସମୟରେ ସେମାନଙ୍କୁ ବିନା କାରଣରେ ଛଟେଇ କରା ଯାଉଥିବା, ଦରମା ବୃଦ୍ଧି କରିବା, ସମସ୍ତ ପାଚିକା ଓ ସହାୟିକା ମାଆ ମାନଙ୍କୁ ସାମାଜିକ ନିରାପତ୍ତା ଓ ବୀମାଭୁକ୍ତ କରାଯିବା ପେନସନ୍ ଯୋଜନା ଲାଗୁ କରାଯିବା ପରି ବିଭିନ୍ନ ଦାବି ଉପସ୍ଥାପନ ହୋଇଥିଲା। ବେଗୁନିଆପଡ଼ା ବ୍ଲକ ସଂଗଠକ ପ୍ରବୀଣ କରକଂ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ
ସଭାପତି ଛାୟା ବେହେରା, ସହ ସଂପାଦକ ଗାୟତ୍ରୀ ପାଣିଗ୍ରାହୀ, ମମତା ମହାରଣା, କୋଷାଧ୍ୟକ୍ଷ ପ୍ରତିମା ପଲେଇ, ଜିଲ୍ଲା ସଭାପତି ରାଜେନ୍ଦ୍ର ଦାସ, ଉପଦେଷ୍ଟା ରଂକନାଥ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଯୋଗଦେଇ ପାଚିକା ଓ ସହାୟିକା ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରିଥିଲେ।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।