ସୁନ୍ଦରଗଡ଼ , ୦୯/୦୬ -:- ଆପଣ ମାନେ ଜାଣନ୍ତି କି ଯେ ଆମ ରାଜ୍ୟର ସୁନ୍ଦରଗଡ଼ ଜିଲ୍ଲାରେ ବିଲାତି ବାଇଗଣ ପ୍ରଚୁର ପରିମାଣ ରେ ଚାଷ ହୁଏ । ଜିଲ୍ଲାର ବିଭିନ୍ନ ବ୍ଲକ ଯଥା – ନୂଆଗାଁ,ବିଶ୍ରା,ଲାଠିକଟା,ସବଡେଗା ଓ ଅନେକ ବ୍ଲକ ରେ ବିଲାତି ବାଇଗଣ ଓ ସିମଳା ଲଙ୍କା ପ୍ରଚୁର ପରିମାଣ ରେ ଚାଷୀ ମାନେ ଉତ୍ପାଦନ କରନ୍ତି। ଯଥା ସମୟ ରେ ବିଲାତି ବାଇଗଣ କିଲୋ ପ୍ରତି ୪ ରୁ ୫ ଟଙ୍କା ଓ ସିମଳା ଲଙ୍କା ୧୦ ରୁ ୧୫ ଟଙ୍କା ଭିତରେ ଅଭାବୀ ବିକ୍ରି ହୁଏ। ଏହି ସମୟରେ ଅନ୍ତ ରାଜ୍ୟ ଓ ବାହାର ରାଜ୍ୟ ର ଦଲାଲ ମାନେ କମ୍ ଦାମ ରେ ଚାଷୀ ଙ୍କ ଠାରୁ କ୍ରୟ କରି ବାହାର ରାଜ୍ୟ ରେ ଓ ବାହାର ଜିଲ୍ଲା ରେ ଚଢ଼ା ଦରରେ ବିକନ୍ତି । ବର୍ତ୍ତମାନ ଗତ ୧୫ ଦିନ ତଳେ ବିଲାତି ବାଇଗଣ ସୁନ୍ଦରଗଡ଼ ଜିଲ୍ଲାରେ ୧୫ ରୁ ୨୦ ଟଙ୍କା ଦରରେ ବିକ୍ରୟ ହଉଥିଲା । ବର୍ତ୍ତମାନ ୪୦ ରୁ ୫୦ ଟଙ୍କା ଦରରେ ବିକ୍ରି ହେଉଛି। କାହିଁକି ନା ପ୍ରବଳ ଖରାରେ ଚାଷୀ ଙ୍କ ପାଖରେ ଆଉ ବିଲାତି ର ଚାଷ ନାହିଁ । ସୁନ୍ଦଗଡ଼ର ବିଲାତି ଚାଷୀ ବାରମ୍ବାର ସରକାର ଙ୍କ ଠାରେ ଦାବି କରୁ ଥିବା ଶୀତଳ ଭଣ୍ଡାର ଗୋଟିଏ ବି କୌଣ ସି ବ୍ଲକରେ ହୋଇ ପାରିଲା ନାହିଁ। ସରକାର ଙ୍କ ଶୀତଳ ଭଣ୍ଡାର ଯୋଜନା ଶୀତଳ ଭଣ୍ଡାର ରେ ପଡ଼ିରହିଛି । ୨୫ ବର୍ଷର ସରକାର ଯଦି ଚାଷୀ ଙ୍କ ପାଇଁ ଶୀତଳ ଭଣ୍ଡାର ନିର୍ମାଣ କରିଥାନ୍ତେ। ଚାଷୀ ମାନେ ନିଜର ଉତ୍ପାଦନ ଗଛିତ କରି ଉଚିତ୍ ମୂଲ୍ୟ ପାଇଥାନ୍ତେ ଓ ସାଧାରଣ ଜନତା ଉଚିତ୍ ମୂଲ୍ୟ ରେ ବିଲାତି ବାଇଗଣ ଓ ସିମଳା ଲଙ୍କା ପାଇଥାନ୍ତେ । ଏଣୁ ସରକାର ଙ୍କୁ ବିନିତ ଅନୁରୋଧ ସୁନ୍ଦରଗଡ଼ ଚାଷୀ ଙ୍କ ପାଇଁ ଶୀତଳ ଭଣ୍ଡାର ନିର୍ମାଣ କଲେ ଚାଷୀମାନେ ସରକାର ଙ୍କ ପାଖରେ ଚିରାଉପକୃତ ହେବେ। ଚାଷୀ ଉଷାହିତ ହୋଇ ନିଜର ଫସଲ କୁ ୨ ରୁ ୩ ଗୁଣ ଉତ୍ପାଦନ କରି ସାରା ଭାରତ ରେ ଓଡ଼ିଶାର ପରିଚୟ ସୃଷ୍ଟି କରି ମହାରାଷ୍ଟ୍ର ଓ ଗୁଜୁରାଟ ଭଳି ଅଗ୍ରଣୀ ରାଜ୍ୟ ଭଳି ସମକକ୍ଷ ହେବେ । ବିଲାତି ବାଇଗଣ ଓ ସିମଳା ଲଙ୍କା ଭଳି ବିଭିନ୍ନ ପ୍ରକାରର ପନିପରିବା ଚାଷ କରି ଓଡ଼ିଶା ର ଟେକ ରଖିବେ ଏବଂ ଓଡ଼ିଶା ର ସାଧାରଣ ଜନତା ସୁଲଭ ମୂଲ୍ୟ ରେ ପନିପରିବା ପାଇ ପାରିବେ
।
