You are currently viewing ପୁଣି ବେପାରୀ ଗିରଫ
ପୁଣି ବେପାରୀ ଗିରଫ

.ଦିନକୁ ଦିନ ବଢ଼ିବାରେ ଲାଗିଛି ବେଆଇନ ମହୁଲି ମଦ ଓ ଗଂଜେଇ ବେପାର.ଗାଁ ପାନ ଦୋକାନରେ ବି ମିଳୁଛି ଗଂଜେଇ, ଏକ ବିଶେଷ ସୂତ୍ରରୁ ଖବର ପାଇଁ ଖୋର୍ଦ୍ଧା ଅବକାରୀ ଅଧିକ୍ଷିକା ଶ୍ରୀମତୀ ସୁମତି ତ୍ରିପାଠୀଙ୍କ ନିର୍ଦ୍ଧେଶ କ୍ରମେ ଟାଙ୍ଗି ରେଞ୍ଜ ଅବକାରୀ ନିରୀକ୍ଷକ ରାଧାକାନ୍ତ ଭୋଇ ଙ୍କ ତତ୍ୱାବଧାନରେ ଓ ବାଲୁଗାଁ ଅବକାରୀ ଅଧିକାରୀ ସୁଜିତ କୁମାର ମୁଦୁଲିଙ୍କ ନେତୃତ୍ୱରେ ଦୁଇଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। ବାଣପୁର ଥାନା ଅନ୍ତର୍ଗତ ତୁମୁରାପୁଟ ଗ୍ରାମରେ ଚଢ଼ାଉ କରାଯାଇ କାର୍ତିକ କୁମାର ସେଠି ଙ୍କୁ ଗିରଫ କରିବା ସହିତ ୭୦ ଲିଟର ଦେଶୀ ମହୁଲି ମଦ ଜବତ କରାଯିବା ସହିତ ଟାଙ୍ଗି ଥାନା ଅନ୍ତର୍ଗତ ସୋରଣ ଗ୍ରାମରେ ଚଢ଼ାଉ କରାଯାଇ ବାଦଲ ଚମ୍ପତି ଙ୍କୁ ଗିରଫ କରିବା ସହିତ ୧୧ କିଲୋ ଗଂଜେଇ ଜବତ କରାଯାଇଛି। ଜବତ ମହୁଲି ଓ ଗଂଜେଇର ଆନୁମାନିକ ମୂଲ୍ୟ ୧,୨୪,୦୦୦ ବୋଲି ଅଧିକାରୀ ସୂଚନା ଦେଇଛନ୍ତି। ଦୁଇଜଣ ଅଭିଯୁକ୍ତ ଙ୍କୁ ଗିରଫ କରିବା ସହିତ ସେମାନଙ୍କ ନାମରେ ୧୫୫/୨୫-୨୬, ୧୫୬/୨୫-୨୬ ରେ ଏକ ମାମଲା ରୁଜ୍ଜୁ କରାଯାଇ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉ ରେ ବାଲୁଗାଁ ଅବକାରୀ ଅଧିକାରୀ ଶ୍ରୀ ସୁଜିତ କୁମାର ମୁଦୁଲି, ଟାଙ୍ଗି ଅବକାରୀ ଅଧିକାରୀ ରମେଶ ଚନ୍ଦ୍ର ବାରିକ ଓ ଏ ଏସ ଆଇ ମୀନକେତନ ମହାଲ୍ଲିକ, ରଂଜିତ ପଟେଲ, ସୁନିତା ମହାରଣା,ଅନିଲ କୁମାର ପ୍ରଧାନ, ଅଶେଷ କୁମାର ପ୍ରଧାନ, ତୁଷାରକାନ୍ତ ଚମ୍ପତି ଯୋଗଦେଇଥିଲେ।