You are currently viewing ବଡଖେମୁଣ୍ଡି ତାଲୁକା ରଜତ ସମାଜର ନୂତନ କର୍ମକର୍ତ୍ତା ଚୟନ
ବଡଖେମୁଣ୍ଡି ତାଲୁକା ରଜତ ସମାଜର ନୂତନ କର୍ମକର୍ତ୍ତା ଚୟନ

ଗଞ୍ଜାମ ଜିଲ୍ଲା ବଡଖେମୁଣ୍ଡି ତାଲୁକା ରଜତ ସମାଜର ନୂତନ କର୍ମକର୍ତ୍ତା ରବିବାର ଦିନ ଚୟନ ହୋଇଥିବା ଜଣାପଡିଛି । ପୂର୍ବତନ ସଭାପତି ସିମାଞ୍ଚଳ ସେଠୀଙ୍କ ଅଧ୍ୟକ୍ଷତାରେ ଦିଗପହଣ୍ଡି ବ୍ଳକ କଇଠଡା ପଞ୍ଚାୟତ ଅଧିନସ୍ଥ କଲ୍ୟାଣପୁର ସମାଜ ଗୃହ ପ୍ରାଙ୍ଗଣରେ ଏକ ମହାସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବଡଖେମୁଣ୍ଡି ତାଲୁକାର ଉପ ସଭାପତି କବିରାଜ ସେଠୀ , ସଂପାଦକ ନକୁଳ ସେଠୀ , ସହ ସଂପାଦକ ସନ୍ତୋଷ ସେଠୀ , କୋଷାଧ୍ୟକ୍ଷ ଟୁଟୁ ସେଠୀ ସମେତ ଦିଗପହଣ୍ଡି ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶୁ ସେଠୀ ଓ ବହୁ କର୍ମକର୍ତ୍ତା ଅଂଶ ଗ୍ରହଣ କରିଥିଲେ । ତେବେ ଆଜିର ମହାସଭାରେ ସର୍ବସମ୍ମତିକ୍ରମେ କ୍ରମେ ସମାଜର ବିକାଶକୁ ଦୃଷ୍ଟିରେ ରଖି ଯୁବ ପିଢ଼ିକୁ ଅଗ୍ରାଧିକାର ଦିଆଯିବା ସହ ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଥିଲା । ସଭାପତି ରୂପେ ଜାଗିଲି ସେଠୀ , ଉପସଭାପତି ସନ୍ତୋଷ କୁମାର ସେଠୀ , ସଂପାଦକ ପବିତ୍ର ସେଠୀ , ସହ ସଂପାଦକ ସୁରେନ୍ଦ୍ର ନାଥ ସେଠୀ , ପତ୍ର ବାହକ ସୁଦାମ ସେଠୀ , କୋଷାଧ୍ୟକ୍ଷ ଚିତ୍ତରଞ୍ଜନ ସେଠୀ , ଉପଦେଷ୍ଟା କୁରେଶୁ ସେଠୀ ଓ ବିପ୍ରଚରଣ ସେଠଙ୍କୁ ନୂତନ କର୍ମକର୍ତ୍ତା ଭାବେ ମନୋନୀତ କରାଯାଇଥିଲା । ଏହି ମହାସଭାରେ ଦିଗପହଣ୍ଡି ବ୍ଳକ ଅଧିନସ୍ଥ ସମସ୍ତ ପଞ୍ଚାୟତ ତଥା ବଡଖେମୁଣ୍ଡି ତାଲୁକାର ସମସ୍ତ ମୁଠା କର୍ମକର୍ତ୍ତା ଉପସ୍ଥିତ ରହି ମହାସଭା ପରିଚାଳନା କରିବାରେ ସହଯୋଗ ପ୍ରଦାନ କରିଥିଲେ ।

ଦିଗପହଣ୍ଡି ପ୍ରତିନିଧି କିରଣ କୁମାର ବେହେରା