ଧରାକୋଟ ,30/11/23
ମୁଣ୍ଡମରାଇ ସ୍ଥିତ ସୋମନାଥ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଯୁବ ଓଡ଼ିଶା ନବୀନ ଓଡିଶା ମାଧ୍ୟମରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ବିକାଶ ବିଭାଗ ତରଫରୁ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ଯୋଜନାର ବିଭିନ୍ନ ପ୍ରତିଯୋଗିତା ଉଦ୍ଘାଟନ ହୋଇଯାଇଛି । ଏହାକୁ ଅଧ୍ୟକ୍ଷ ଦିଗାମ୍ବର ବିଷୋୟୀ ଉଦ୍ଘାଟନ କରିଥିବା ବେଳେ ସାଂସ୍କୃତିକ ବିଭାଗର ମୁଖ୍ୟ ଅଧ୍ୟାପକ k ଦୂର୍ଗା ପ୍ରସାଦ ଆଚାରି ,ସରୋଜ ପଟ୍ଟନାୟକ , ଅଧ୍ୟାପିକା ଡ ସୁମିତ୍ରା ପାଢ଼ୀ, ମମତା ରାଣୀ ସାବତ, ବନ୍ଦନା ସାହୁ, ସଂଯୁକ୍ତା ସାହୁ ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ। ଏହି ଅବସରରେ ସାଂସ୍କୃତିକ ଓ ସାମାଜିକ କ୍ଷେତ୍ରରେ ଛାତ୍ର ଛାତ୍ରୀ ମାନେ କିପରି ଦକ୍ଷତା ଅର୍ଜନ କରିବେ ତାହାକୁ ନେଇ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ମାଧ୍ୟମରେ ରେଡକ୍ରସ କାଉନସିଲର ଶଙ୍କର ସାହୁ ଙ୍କ ଦ୍ଵାରା ଆହତ ରୋଗୀଙ୍କୁ ଡାକ୍ତରୀ ସାହାଯ୍ୟ ପୂର୍ବରୁ କେଉଁ କେଉଁ ସେବା ଓ ଉପଚାର ପ୍ରଦାନ କରାଯିବ ସେ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା । କନ୍ୟା ଶିକ୍ଷା, ଏଡ଼ସ ସଚେତନତା,ପରିମଳ ଅଭିଯାନ,ପ୍ଲାଷ୍ଟିକ ମୁକ୍ତ ସମାଜ ଓ ସଫେଇ ଅଭିଯାନ ସମ୍ପର୍କରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପ୍ଲାକାର୍ଡ ଓ ସ୍ଲୋଗାନ ଦେଇ ମୁଣ୍ଡମରାଇ ଗ୍ରାମ ପରିକ୍ରମା କରି ଲୋକଙ୍କୁ ସଚେତନତାର ବାର୍ତା ବାଣ୍ଟିଥିଲେ । ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ରହିଥିବା ପ୍ରତିଭାର ବିକାଶ ପାଇଁ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ନୋଡାଲ ଅଫିସର ରଞ୍ଜନ କୁମାର ପଟ୍ଟ ଯୋଷୀ ପରିଚାଳନା କରିଥିଲେ।
