ଗଞ୍ଜାମ,୦୧/୦୯/୨୪:ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଆନୁକୁଲ୍ୟରେ ଗୁରୁବାର ରଙ୍ଗେଇଲୁଣ୍ଡା ବ୍ଲକ ସ୍ତରୀୟ ସାଧାରଣ ଜ୍ଞାନ ପ୍ରତିଯୋଗିତା କନିଷିି ସ୍ଥିତ ବାଲାଜୀ ବିଦ୍ୟାପୀଠ ପରିସରରେ ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାରେ ସର୍ବ କନିଷ୍ଠ , କନିଷ୍ଠ ଓ ବରିଷ୍ଠ ବିଭାଗରେ ୬୭ ଜଣ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଥିଲେ। ଅପରାହ୍ନରେ ଅନୁଷ୍ଠିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ବିଇଓ ଦେବେନ୍ଦ୍ର ବେହେରା ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ବିଭାଗର ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ବିବେକାନନ୍ଦ କର , ସମ୍ମାନିତ ଅତିଥି ଭାବେ କନିଷୀ ପଞ୍ଚାୟତ ସମିତି ସଭ୍ୟ ଗଣେଶ ଦାସ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବି ଆର ସି ସି ଜଗନ୍ନାଥ ଭୂୟାଁ ପ୍ରମୁଖ ମଞ୍ଚାସୀନ ରହି ବିଦ୍ୟାର୍ଥୀଙ୍କୁ ବିଭିନ୍ନ ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମରେ ଭାଗ ନେବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ସର୍ବ କନିଷ୍ଠ ବିଭାଗରେ ସାଇ ଲୋକନାଥ ପାଢ଼ୀ ପ୍ରଥମ, ଅମରେନ୍ଦ୍ର ସାହୁ ଦ୍ୱିତୀୟ, ଆୟୁଷ୍ମାନ ସାହୁ ତୃତୀୟ ଙ୍କ ସମେତ କନିଷ୍ଠ ବିଭାଗରେ ରଞ୍ଜନ ମହାପାତ୍ର ବି ଅଭିଷେକ କୁମାର ପ୍ରିନ୍ସ ସାସମଲ ଓ ବରିଷ୍ଠ ବିଭାଗରେ ଶିବ ପ୍ରସାଦ ମହାପାତ୍ର , ପୂଜା ସାବତ ଓ କିଞ୍ଜଲ ପଣ୍ଡା ପ୍ରମୁଖଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କୃତି ବିଦ୍ୟାର୍ଥୀ ମାନେ ଜିଲ୍ଲା ସ୍ତରରେ ଆୟୋଜିତ ହେବାକୁ ଥିବା ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ଶ୍ରୀ ବେହେରା ସୂଚନା ଦେଇଛନ୍ତି।
