You are currently viewing ଅବ୍ୟବସ୍ଥା ଭିତରେ ପୁରୁଷୋତ୍ତମପୁର ଏକ୍ସ ବୋର୍ଡ ସ୍କୁଲ ର ୧୨୫ ତମ ବାର୍ଷିକ ଉତ୍ସବ,
ଅବ୍ୟବସ୍ଥା ଭିତରେ ପୁରୁଷୋତ୍ତମପୁର ଏକ୍ସ ବୋର୍ଡ ସ୍କୁଲ ର ୧୨୫ ତମ ବାର୍ଷିକ ଉତ୍ସବ,

ପୁରୁଷୋତ୍ତମପୁର ଏକ୍ସ ବୋର୍ଡ ପ୍ରାଇମେରୀ ସ୍କୁଲ ର ୧୨୫ ତମ ବାର୍ଷିକ ଉତ୍ସବ ସ୍କୁଲ ର ସଭାପତି ଭଗବାନ ବେହେରା ଓ ବିଦ୍ୟାଳୟର ପ୍ରଧାନଶିକ୍ଷକ ହରପ୍ରସାଦ ଦାଶ ଙ୍କ ଅଧ୍ୟକ୍ଷତାରେ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ମୂଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟ ମଣି ବୈଦ୍ୟ, ସାମ୍ନାନୀତ ଅତିଥି ଭାବେ ଏନଏସି ଅଧକ୍ଷା ପ୍ରିୟଙ୍କା ଗୌଡ଼,ମୁଖ୍ୟ ବକ୍ତା ପ୍ରାକ୍ତନ ପ୍ରଧାନଶିକ୍ଷକ ପ୍ରଫୁଲ୍ଲ କୁମାର ରଥ ଓ

ସଂମ୍ମାନିତ ଅତିଥି ଭାବେ ପ୍ରାକ୍ତନ ଏନଏସି ଅଧ୍ୟକ୍ଷ ବାସୁଦେବ ମହାପାତ୍ର, ଆସ୍କା ସାସଂଦ ଏନଏସି ପ୍ରତିନିଧି ପ୍ରେମାନନ୍ଦ ସାହୁ, କାଉନସିଲର ଅଶୋକ କୁମାରମହାଙ୍କୁଡ,ନଗର ବିଜେଡି ସଭାପତି ପ୍ରଭାତ କୁମାର ପଟ୍ଟନାୟକ, ପୁରୁଷୋତ୍ତମପୁର ଶିକ୍ଷା ଗୋଷ୍ଠୀ ଅଧିକାରୀ କିଶୋର ଚନ୍ଦ୍ର ବେହେରା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଏ ରାଜଗୋପାଳ ରାଓ, ଅତିରିକ୍ତ ଶିକ୍ଷା ଗୋଷ୍ଠୀ ଅଧିକାରୀ ସିମାଞ୍ଚଳ ରଥ, ରାଜ କିଶୋର ସାହୁ, କନକା ସିଆରସି ହେମନ୍ତ କୁମାର ବେହେରା, ଶିକ୍ଷକ ସନ୍ଧ୍ୟା ରାଣୀ ଷଡ଼ଙ୍ଗୀ, ସବିତା ପାତ୍ର, ରୀନା ବିକିତ, ଯୋଗ ଦେଇଥିଲେ।

ଅତିଥି ମାନେ ଛାତ୍ରଛାତ୍ରୀମାନଙ୍କୁ ଦିଗ୍ ଦର୍ଶନ ଦବା ସହ ମୋବାଇଲ୍ ବ୍ୟବହାର ଠାରୁ ଦୂରରେ ରହିବାନେଇ ଉପଦେଶ ଦେଇଥିଲେ। ଅତିଥି ଦ୍ୱାରା ପ୍ରତିଯୋଗିତା ରେ କୃତି ଛାତ୍ର ଛାତ୍ରୀମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।,କନକା ସିଆରସି ହେମନ୍ତ କୁମାର ବେହେରା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ସହ ଧନ୍ୟବାଦ ର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ପରିଚାଳନା କରିଥିଲେ। ତେବେ ଦୁଃଖର ବିଷୟ ଏହିକି ଯେ ପ୍ରଧାନ ଶିକ୍ଷକ ଙ୍କ ସହଯୋଗ ନଥିବାରୁ ଆବଶ୍ୟକ ସଂଖ୍ୟକ ଛାତ୍ର, ଛାତ୍ରୀ ଅଭିଭାବକ ଙ୍କ ସହ ନିମନ୍ତ୍ରିତ କିଛି ଅତିଥି ଉପସ୍ଥିତ ହୋଇ ପାରିନଥିଲେ | ଏବଂ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ବସିବା ପାଇଁ ଚେୟାର ଖଣ୍ଡେ ମଧ୍ୟ ଦେଇ ନଥିଲେ |

ଯାହା ଫଳରେ ସାମ୍ବାଦିକ ମାନେ ଅସନ୍ତୋଷ ରେ ଫେରି ଯାଇଥିଲେ | ସ୍କୁଲ ରେ ପିଲାମାନଙ୍କୁ ଶୃଙ୍ଖଳା ଉପରେ ଶିକ୍ଷା ଡିଆ ଯାଇନଥିବାରୁ ସଭା ସ୍ଥଳରେ ପିଲାମାନେ ବେସି ପାଟିତୁଣ୍ଡ କରୁଥିବାର ଦେଖିବାକୁ ମିଳି ଥିଲା | ଓ ଜଣେ ଉପସ୍ଥିତ କାଉନ ସିଲର ଙ୍କୁ ମଧ୍ୟ ମଞ୍ଚ ଉପରକୁ ଡକା ଯାଇନଥିଲା | ତେଣୁ ପ୍ରଧାନ ଶିକ୍ଷକ ଙ୍କ ଆତ୍ମଗର୍ବ ଓ ଅହଂକାର ଯୋଗୁଁ ଏହି ବାର୍ଷିକ ଉତ୍ସବ ଫିକା ପଡିଥିବାର ସ୍କୁଲ ଆଗରେ ସାଧାରଣରେ ଚର୍ଚ୍ଚା ହେଉଥିବାର ଦେଖି ବାକୁ ମିଳି ଥିଲା | ରିପୋର୍ଟ ପ୍ରସନ୍ନ କୁମାର ଦାସ