କୋଦଳା (୩୧/୦୮ /୨୦୨୩)
ଗଞ୍ଜାମ ଜିଲ୍ଲା କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଅଧ୍ଯକ୍ଷ ସୂର୍ଯ୍ୟ ନାରାୟଣ ନାୟକଙ୍କ ଅଧ୍ୟକ୍ଷତାରେ ଏନଏସି ପରିସରରେ ପ୍ରଥମେ ଜାତୀୟ ପତାକା ଉତ୍ତୋଳନ କରି ଖରୁଡା ସାହି ସ୍ଥିତ ଗାନ୍ଧି ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା। ଏଥିରେ ଅଧ୍ଯକ୍ଷକଂ ସହ କାଉନସିଲର, ଏନ୍ଏସି କର୍ମଚାରୀ ଓ ସ୍ୱଚ୍ଚ୍ଥ ସାଥୀ ମାନେ ଉପସ୍ଥିତ ଥିଲେ। ଅପରାହ୍ନରେ ସମ୍ପଦ କେନ୍ଦ୍ର ଠାରେ ବଡାଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ଵଚ୍ଛ ସାଥି ଓ ସଫେଇ କର୍ମଚାରୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ସମ୍ବର୍ଦ୍ଧନା କରାଯାଇଥିଲା। ଗଣତାନ୍ତ୍ରିକ ଶାସନ ପ୍ରକ୍ରିୟାରେ ସ୍ୱଚ୍ଛତା ସହ ଆମ ସମସ୍ତଙ୍କ ସହଭାଗିତା ଲୋକଙ୍କ ନିକଟରେ ଶାସନର ସୁଫଳ ପହଞ୍ଚାଇବାରେ ସହାୟକ ହେବ ବୋଲି କହିଛନ୍ତି ଅଧ୍ଯକ୍ଷ ସୂର୍ଯ୍ୟ ନାରାୟଣ ନାୟକ । ଆଜିର ଦିନରେ ତୃଣମୂଳସ୍ତରରେ ଜନସ୍ୱାସ୍ଥ୍ୟ, ପରିମଳ ଭିତ୍ତିଭୂମିର ବିକାଶ ସହ ସାଧାରଣ କଲ୍ୟାଣମୂଳକ କାର୍ଯ୍ୟକୁ ସଫଳ କରିବା ପାଇଁ ସଙ୍କଳ୍ପବଦ୍ଧ ହୋଇ ଆଗକୁ ବଢ଼ିବାକୁ ଆହ୍ୱାନ ଦେଇଛନ୍ତି ଶ୍ରୀ ନାୟକ ।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ୍ ।
