ପାଟଣାଗଟ ( ସୁବ୍ରତ ମହାକୁର ) ପାଟଣଗଡ ବ୍ଲକ ଘସିଏନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଠାରେ ପାଟଣଗଡ ବିଧାୟକ ସରୋଜ କୁମାର ମେହେର ଏକ ଚକ୍ଷୁଯତ୍ନ କେନ୍ଦ୍ର ସହ ୨୦ ସଯ୍ୟା ବିଶିଷ୍ଟ କୋଭିଡ ସେଣ୍ଟରର ଉଦଘାଟନ କରିଛନ୍ତି । ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଥିବା ପ୍ରାୟ ୨୫ ରୁ ଉର୍ଦ୍ଧ୍ବ ଗ୍ରାମର ଳୋକେ ସେବାପାଇ ଉପକୃତ ହେବେବୋଲି ଡ଼.ଟଙ୍କଧର ମେହେର ଙ୍କ ଠାରୁ ଜଣାପଡିଛି । ଏହାପରେ ଆୟୋଜିତ ଏକ ସଭାରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀ ମାନେ ସ୍ବାସ୍ଥ୍ୟ କେନ୍ଦ୍ରରେ ଥିବା ବିଭିନ୍ନ ସମସ୍ୟା ଉପରେ ବିଧାୟକ ଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଙ୍କ ସହ ଆଲୋଚନା କରି ଏହିସବୁ ସମସ୍ୟାର ସମାଧାନ କରାଯିବ ବୋଲି ବିଧାୟକ ଶ୍ରୀ ମେହେର ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ ପାଟଣଗଡ ବ୍ଲକ ଅଧ୍ୟକ୍ଷ ନୀଲକାନ୍ତ ବାଗ,ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର କର୍ମଚାରୀ ଙ୍କ ସହ ଅଞ୍ଚଳର ଦଳିୟ କର୍ମୀମାନେ ଉପସ୍ଥିତ ଥିଲେ ।

