You are currently viewing ଖଲ୍ଲିକୋଟ ରାଣୀ ଓ ଖଲ୍ଲିକୋଟ ଓ କବିସୂର୍ଯ୍ୟନଗର ର 10 ଥର ର ବିଧାୟିକା ଭି ସୁଜ୍ଞାନୀ କୁମାରୀ ଦେଓ ଙ୍କ ପରଲୋକ, ଗଞ୍ଜାମ ଜିଲ୍ଲା ରେ ଶୋକର ଛାୟା |
ଖଲ୍ଲିକୋଟ ରାଣୀ ଓ ଖଲ୍ଲିକୋଟ ଓ କବିସୂର୍ଯ୍ୟନଗର ର 10 ଥର ର ବିଧାୟିକା ଭି ସୁଜ୍ଞାନୀ କୁମାରୀ ଦେଓ ଙ୍କ ପରଲୋକ, ଗଞ୍ଜାମ ଜିଲ୍ଲା ରେ ଶୋକର ଛାୟା |

ଖଲ୍ଲିକୋଟ ; 10/2 ଖଲ୍ଲିକୋଟ ମାର୍ଦରାଜ ବଂଶ ର ଶେଷ ଦାୟାଦ ତଥା ଖଲ୍ଲିକୋଟ ରାଣୀ ଓ ଖଲ୍ଲିକୋଟ ଓ କବିସୂର୍ଯ୍ୟନଗର ନିର୍ବାଚବ ମଣ୍ଡଳୀ ରୁ ରାଜ୍ୟ ବିଧାନସଭା କୁ 10 ଥର ବିଧାୟିକା ନର୍ବାଚିତ ହୋଇଥିବା ଲୋକପ୍ରିୟ ବରିଷ୍ଟ ବିଜେଡ଼ି ନେତ୍ରୀ ଶୁକ୍ରବାର ଦିନ ଚେନ୍ନାଇ ସ୍ଥିତ ଏକ ଘରୋଇ ଡାକ୍ତରଖାନା ରେ 87 ବର୍ଷ ବୟସ ରେ ପରଲୋକ ଗମନ କରିଥିବା ଜଣାପଡିଛି |

ତାଙ୍କ ବିୟୋଗ ରେ ଖଲ୍ଲିକୋଟ, ବେଗୁନିଆପଡା ଓ କବିସୂର୍ଯ୍ୟନଗର ସମେତ ଗଞ୍ଜାମ ଜିଲ୍ଲା ର ପୂରପଲ୍ଲୀ ରେ ଶୋକ ର ଛାୟା ଖେଳି ଯାଇଥିବା ବେଳେ ଖଲ୍ଲିକୋଟ ସହର ରେ ସମସ୍ତ ସ୍କୁଲ କଲେଜ ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ହୋଇଥିବା ଜଣାପଡିଛି | ସ୍ବର୍ଗତ ଦେଓ ଗତ 5-8-1937 ମସିହା ରେ ଆନ୍ଧ୍ର ପ୍ରଦେଶ ର ପିତା ଆର ଭି ଏମ ନୀଳାଦ୍ରି ରାଓ ଓ ମାତା ସାମ୍ରାଜ୍ୟ ଦେବୀ ଙ୍କ କୋଳରେ ଜନ୍ମ ଗ୍ରହଣ କରିଥିଲେ | ମାନ୍ଦ୍ରଜ ରେ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ସମାପ୍ତ ପାରେ shella

maris କଲେଜ ରେ ଆଇ ଏ ପାଠ ପଢ଼ୁଥିବା ବେଳେ ଖଲ୍ଲିକୋଟ ରାଜବହାଦୁର ରାମ ଚନ୍ଦ୍ର ମାର୍ଦରାଜ ଙ୍କ ପୁତ୍ର ଯୁବରାଜ ପୂର୍ଣ୍ଣ ଚନ୍ଦ୍ର ମାର୍ଦରାଜ ଙ୍କ ସହ 1955 ମସିହା ରେ ବିବାହ ସମ୍ପନ୍ନ ହୋଇଥିଲା |ତାଙ୍କର ପାଠ ପଢା ପ୍ରତି ଆଗ୍ରହ ଥିବାରୁ ସେ ହୋମିଓପାଥି, ଷ୍ଟେନୋଗ୍ରାଫି ଓ ଇଣ୍ଟେରିଅର ଦେକରେସନ ରେ ଡିପ୍ଲୋମା ହାସଲ କରିବା ସହ ମାଡ୍ରାସ ବିଶ୍ୱବିଦ୍ୟାଳୟ ରେ ସମାଜବିଜ୍ଞାନ ରେ ଏମ ଏ ପାସ କରିଥିଲେ |ତେବେ ଶ୍ୱଶୁର ଙ୍କ ଦେହାନ୍ତ ପାରେ 1963 ମସିହା ରେ ଏକ ଉପ ନିର୍ବାଚନ ରେ କଂଗ୍ରେସ ପାର୍ଥି ଭାବେ ନିର୍ବାଚିତ ହୋଇ ରାଜ୍ୟ ବିଧାନସଭା କୁ ପ୍ରଥମ ଥର ପାଇଁ ରାଜନୀତି ରେ ପାଦ ଥାପି ଥିଲେ |ତେବେ 1964 ଠାରୁ 71 ପର୍ଯ୍ୟନ୍ତ ଅନୁପସ୍ଥିତି ରହିବା ସହ 1977 ମସିହା ରେ କଂଗ୍ରେସ ପାର୍ଥି ଭାବେ ନିର୍ବାଚନ ଲଢୁ ଥିବା ଶାଶୁ ଚନ୍ଦ୍ରପ୍ରଭା ପାଇଁ ନିର୍ବାଚନ ପ୍ରଚାର କରିଥିଲେ |

ପାରେ ବିଜୁ ପଟନାୟକ ଙ୍କ ଅନୁଗାମୀ ହୋଇ 1974 ମସିହାରେ ଉତ୍କଳ କଂଗ୍ରେସ ରୁ ନିର୍ବାଚିତ ହୋଇଥିଲେ | 1977 ରେ ଜନତା ପାର୍ଟି ରୁ ବିଜୟୀ ହୋଇଥିବା ବେଳେ 1980 ରେ ନିର୍ବାଚନ ଲଢ଼ି ନଥିଲେ | 1985, ଓ 1990 ଓ 1995 ,1990ବାରମ୍ବାର ବିଧାୟିକା ଭାବେ ନିର୍ବାଚ ହୋଇ ଆସିଥିଲେ |ଏବଂ 2000 ଓ 2004 ମସିହାରେ ନବଗଠିତ ବିଜୁ ଜନତା ଦଳ ତରଫରୁ ଲଢ଼ି ବିଧାୟିକା ଭାବେ ବିଜୟୀ ହୋଇ ଥିଲେ | ସୀମା ପୁନଃ ନିର୍ଧାରଣ ପାରେ 2009 ଓ 2014 ପର୍ଯ୍ୟନ୍ତ ଦୁଇ ଥର କବିସୂର୍ଯ୍ୟନଗର ବିଧାୟିକା ଭାବେ ନିର୍ବାଚିତ ହୋଇ ମୋଟ 10 ଥର ଜଣେ ମହିଳା ବିଧୟିକା ଭାବେ ରାଜ୍ୟ ତଥା ସାରା ଭରତ ବର୍ଷ ରେ ରେକର୍ଡ ଭାଙ୍ଗିଥିଲେ |ସେ ଜଣେ ସଚୋଟ, ନିର୍ଭିକ ଓ ବିଚକ୍ଷଣ ରାଜନେତା ଭାବେ ପ୍ରତିଷ୍ଠା ଲାଭ କରିବା ସହ ଗଞ୍ଜାମ ରାଜନୀତି ରେ ଗଞ୍ଜାମ ପାଇଁ ବର୍ତମାନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ଦିଗଦର୍ଶକ ଓ ମଙ୍ଗୁଆଳ ସାଜିଥିଲେ |ବ୍ରହ୍ମପୁର ଲୋକ ସଭାରେ ଭରତ ର ପୂର୍ବତନ ପ୍ରଧାନମନ୍ତ୍ରୀ ପି ଭି ନରସିଂହ ରାଓ ଙ୍କ ସଂସଦ ପାଇଁ ପ୍ରତିଦ୍ବନ୍ଦୀ ହୋଇ ପରାସ୍ତ ହୋଇଥିବା ବେଳେ ବାଚସ୍ପତି ପଡ ପାଇଁ ଲଢ଼ି ଚିନ୍ତାମଣି ଦ୍ଵାନାସାମନ୍ତର ଙ୍କ ଠାରୁ ପରାଜିତ ହୋଇଥିଲେ |ରାଜନୀତି ଗୋଟି ଚାଳନା ରେ ମାହିର ଥିବା ବେଳେ ନୀଳମଣି ରାଉତରାୟ ଙ୍କ ସରକାର ରେ ମନ୍ତ୍ରୀ ପଦ କୁ ପ୍ରତ୍ୟାଖ୍ୟାନ କରି ଏକ ଉଦାହରଣ ସୃଷ୍ଟି କରିଥିଲେ | ତାଙ୍କ ବିୟୋଗ ରେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ଖଲ୍ଲିକୋଟ ଏନ ଏ ସି ଅଧକ୍ଷ ଇଂ ନିରଞ୍ଜନ ବେହେରା, ବ୍ଲକ ଅଧକ୍ଷ ଦୈତାରୀ

ବେହେରା ଓ ବରିଷ୍ଟ ବିଜେଡ଼ି ନେତା ମାଗୁଣି ଚରଣ ପଳାଇ ବ୍ଲକ ବିଜେଡ଼ି ସଭାପତି ଗଙ୍ଗାଧର ଖୁଣ୍ଟିଆ, ଖଲ୍ଲିକୋଟ ନଗର ବିଜେଡ଼ି ସଭାପତି ନରେନ୍ଦ୍ର ପାତ୍ର, ପ୍ରାକ୍ତନ ଏନ ଏ ସି ଅଧକ୍ଷ ରାମ ମୋହନ ପଣ୍ଡା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ସ୍ବର୍ଗତ ଆତ୍ମା ର ସଦଗତି କାମନା କରିଛନ୍ତି |
( ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ, ଗଞ୍ଜାମ )