You are currently viewing ରେଡି ସଂଘ ବୈଠକରେ ଗାଳି ଗୁଲଜ ସହ ଧମକ ହୋଇଥିବା ନେଇ ଥାନାରେ ମାମଲା ରୁଜୁ
ରେଡି ସଂଘ ବୈଠକରେ ଗାଳି ଗୁଲଜ ସହ ଧମକ ହୋଇଥିବା ନେଇ ଥାନାରେ ମାମଲା ରୁଜୁ

ଗୋପାଳପୁର,୧୦/୧୧ – ( ଅମିତ୍ ସାହୁ ) -:- ଗୋପାଳପୁର ଥାନା ଅନ୍ତର୍ଗତ ସାନ କୁଶସ୍ଥଳୀ ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ କୌଣସି କାରଣକୁ ନେଇ ଗାଳି ଗୁଲଜ ହୋଇଛି । ଏ ନେଇ ଉଭୟଙ୍କ ପକ୍ଷରୁ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯେ,ଗତ ଅକ୍ଟୋବର ୨୩ ତାରିଖରେ ରାତି ରେ ରେଡି ସଂଘର ଏକ ବୈଠକ ହୋଇଥିଲା । ବୈଠକ ଚାଲିଥିବା ବେଳେ ସେହି ଗ୍ରାମର ଜି ନାରାୟଣ ରେଡ୍ଡୀ, ଆର୍ ରାମୁଡୁ ରେଡ଼ି,ବଡ଼ ନାଇଡୁ ଏନ. ରଘୁନାଥ ରେଡ୍ଡି ପ୍ରମୁଖ ଆର୍ .ଆର. ଅନିଲ ରେଡ୍ଡୀ, ଆର.ଶିବରାମ ରେଡ୍ଡୀ, ଏସ. ଏଙ୍କେଟସୁ ରେଡିଙ୍କୁ ଧମକ ଦେବା ସହ ଗାଳିଗୁଲଜ କରିଥିଲେ। ସେହିଦିନ ରାତିରେ ହିଁ ଜି ନାରାୟଣ ରେଡ୍ଡୀ ଗାଯାତ୍ରୀ କଲେଜ ନିକଟରେ ମାରଣାସ୍ତ୍ର ଧରି ଅନିଲ, ଶିବ,ଏଙ୍କେଟସୁଙ୍କୁ ଜୀବନରୁ ମାରି ଦେବାକୁ ଉଦ୍ୟମ କରିଥିଲେ ବୋଲି ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡିଛି ।