You are currently viewing ଉନ୍ନତ ଅମଳକ୍ଷମ ଧନ ଉତ୍ପାଦନ ସମ୍ପର୍କିତ ଚାଷୀ କର୍ମଶାଳା |
ଉନ୍ନତ ଅମଳକ୍ଷମ ଧନ ଉତ୍ପାଦନ ସମ୍ପର୍କିତ ଚାଷୀ କର୍ମଶାଳା |

ଖଲ୍ଲିକୋଟ :13/12 ଦେଶ ରେ କ୍ରମଶଃ ବୃଦ୍ଧି ପାଉଥିବା ଲୋକ ସଂଖ୍ୟା କୁ ଆଖି ଆଗରେ ରଖି କୃଷି ଉତ୍ପାଦନ ବଢ଼|ଇବା ସାଙ୍ଗକୁ ନିରୋଗ ଓ ଉତ୍ତମ ଅମଳକ୍ଷମ ଧାନ ଫସଲ କରିବା ନେଇ ଏକ ଚାଷୀ କର୍ମଶାଳା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କୋମଣ୍ଡ ପଂଚାୟତ ର ମୋହନପୁର ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି |ଆନ୍ତର୍ଜାତିକ ଧାନ ଗବେଷଣା କେନ୍ଦ୍ର ଦ୍ୱାରା ପ୍ରାୟୋଜିତ ଓ ନିର୍ଦେଶ ନାମକ ସଂସ୍ଥା ଦ୍ୱାରା ପରିଚାଳିତ ଓ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ଓ ଜଳ ସମ୍ପଦ ବିଭାଗ ସହଯୋଗ ରେ ଆୟୋଜିତ କର୍ମଶାଳା ରେ ଉପସ୍ଥିତ ମହିଳା ଓ ପୁରୁଷ ଚାଷୀ ମାନଙ୍କୁ ବୈଜ୍ଞାନିକ ମାନଙ୍କ ଦ୍ୱାରା ଗବେଷଣା ଲବ୍ଧ 27 ପ୍ରଜାତି ବିଭିନ୍ନ ଉନ୍ନତ ଅମଳ କ୍ଷମ ଧାନ ଫସଲ ର ଚାଷ ପ୍ରଣାଳୀ ଧାଡି ରୁଆ ଓ ବୁଣା ରୁଆ ମାଧ୍ୟମ ଧନ ଉତ୍ପାଦନ ର ଆଧୁନିକ କୌଶଳ ସମ୍ପର୍କରେ ସୂଚନା ଦେଇ ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ପ୍ରଶାନ୍ତ କୁମାର ନାଥ ସୂଚନା ଦେଇ ଗଞ୍ଜାମ ଜିଲ୍ଲା ରେ ଥିବା ଜଳସେଚନ ପ୍ରକଳ୍ପ ରେ କାର୍ଯ୍ୟ କରୁଥିବା ପାଣି ପଞ୍ଚାୟତ ଜରିଆରେ ନୂତନ କିସମ ର ସାର ବିହନ କୁ ଉପଯୋଗ କରି ଚାଷୀ ମାନେ ଜିଙ୍କ ଓ ବହୁମୁଖୀ ଖାଦ୍ୟସାର ଓ ଭିଟାମିନ ଯୁକ୍ତ ଚାଉଳ ଉତ୍ପାଦନ ଉପରେ ଗୁରୁତ୍ୱ ଆରୋପ କରିବା ସହ ନୂତନ କିସମ ଧାନ ବିହନ ମାଧ୍ୟମ ରେ ମଧୁମେହ ରୋଗୀ ମାନେ ଖାଦ୍ୟ ନେବା ଭଳି ଚାଉଳ ସୃଷ୍ଟି ହୋଇପାରିବ ବୋଲି ପ୍ରକାଶ କରିଥିଲେ |.

ଏ ଅବସର ରେ କୃଷି ବୈଜ୍ଞାନିକ ମାନେ ଚାଷୀ ମାନଙ୍କୁ ଗତ 2023 ଖରିଫ ରେ ନୂତନ କିସମ ର ଧାନ ର ପରୀକ୍ଷଣ ଖେତ ବୁଲାଇ ତାଲିମ ପ୍ରଦାନ କରିଥିଲେ |ସେହିପରି ଖାଦ୍ୟ ଜନିତ କାରଣରୁ ସୃଷ୍ଟି ହେଉଥିବା ରୋଗ କୁ ନୂତନ ପଦ୍ଧତି ଧାନ ଉତ୍ପ|ଦାନ ମାଧ୍ୟମ ରେ ନିୟନ୍ତ୍ରଣ କରାଯିବ ବୋଲି ସୂଚନା ଦେଇଥିଲେ |ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ କୃଷି ଅଧିକାରୀ ଦିପକ କୁମାର ନାୟକ,ଖଲ୍ଲିକୋଟ ବ୍ଲକ କୃଷି ଅଧିକାରୀ ରାମଲାଲ ସମନ୍ଦ,ପୋଲସରା ବ୍ଲକ କୃଷି ଅଧିକାରୀ ଗଣେଶ୍ୱର ସାହୁ, ଲଳିତ ଦେବୀଦାସ,ସନ୍ତୋଷ କୁମାର ଲେଙ୍କା, ତେଜେଶ୍ୱର ବେହେରା, ଚନ୍ଦ୍ରକାନ୍ତ ରାଉତରାୟ , ରମେଶ ମହାନ୍ତି ପ୍ରମୁଖ କୃଷି ବୈଜ୍ଞାନିକ ମାନେ ଉନ୍ନତ କିସମ ଧାନ ଚାଷ ଓ ମରୁଡି ଓ ବନ୍ୟା ସହନଶୀଳ ଧାନ ସମେତ କମ ମିଆଦ ଧାନ ଚାଷ ସମ୍ପର୍କରେ ଆଲୋକପତ କରିଥିଲେ |ସମାଜସେବୀ ସିମାଞ୍ଚଳ ସେଠି ଙ୍କ ସମେତ ବହୁ ପୁରୁଷ ଓ ମହିଳା ଚାଷୀ ଅଂଶ ଗ୍ରହଣ କରିଥିବା ବେଳେ ନିର୍ଦେଶ ସଂସ୍ଥା ର ନିର୍ଦେଶକ ଗିରିଧାରୀ ପଟ୍ଟନାୟକ ସଂଯୋଜନା କରିଥିଲେ |

(ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ )