You are currently viewing ଶତବଲ୍ଲୀ ବାର୍ଷିକ ପତ୍ରିକା ଉନ୍ମୋଚିତ ।
ଶତବଲ୍ଲୀ ବାର୍ଷିକ ପତ୍ରିକା ଉନ୍ମୋଚିତ ।

କଟକ : ସାଲେପୁର ସ୍ଵୟଂଶାସିତ ମହାବିଦ୍ୟାଳୟ ଓଡ଼ିଆ ବିଭାଗ ଦ୍ଵାରା ‘ଶତବଲ୍ଲୀ’ ବାର୍ଷିକ ପତ୍ରିକା ମହାବିଦ୍ୟାଳୟ ପରିସରରେ ଥିବା ଲକ୍ଷ୍ମୀନାରାୟଣ ମନ୍ଦିରରେ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ମହାବିଦ୍ୟାଳୟ ମୁଖ୍ୟ ଫାଟକ ନିକଟରେ ଏକ ଜଳଛତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଚଳିତବର୍ଷ ‘ଶତବଲ୍ଲୀ’ ପତ୍ରିକାର ‘ଆଧୁନିକ ଓଡ଼ିଆ କବିତା ବିଶେଷାଙ୍କ’ ରେ ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟରେ କାର୍ଯ୍ୟରତ ଓ ଅବସରପ ଅଧ୍ୟାପକମାନଙ୍କ ଗବେଷଣାତ୍ମକ ଲେଖାକୁ ସ୍ଥାନ ଦିଆଯାଇଛି। ଏହା ଛାତ୍ରଛାତ୍ରୀ ଓ ଗବେଷକମାନଙ୍କ ପାଇଁ ବେଶ୍ ଉପଯୋଗୀ ହେବ ବୋଲି ଅଧ୍ୟକ୍ଷା ଡକ୍ଟର ସଂଗୀତା ମିଶ୍ର ମତ ଦେଇଛନ୍ତି। ଉନ୍ମୋଚନ ପର୍ବରେ ‘ଓଡ଼ିଆ ସାହିତ୍ୟ ସମାଜ’ର ସଭାପତି ତଥା ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ସଂଗୀତା ମିଶ୍ର, ସମ୍ପାଦିକା ଡକ୍ଟର ସୁଷମାରାଣୀ କର, ଡକ୍ଟର ବୈଜୟନ୍ତୀ ନାୟକ ଏବଂ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାମାନେ ଭାଗନେଇଥିଲେ। ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାରେ ଯୋଗଦେଇ ପତ୍ରିକାର ସଫଳତା କାମନା‌ କରିଥିଲେ।