You are currently viewing ଆସିକା ବ୍ଳକର ବିଭିନ୍ନ ସ୍କୁଲରେ ସୃଜନଶୀଳତା ଉତ୍ସବ ଅନୁଷ୍ଠିତ
ଆସିକା ବ୍ଳକର ବିଭିନ୍ନ ସ୍କୁଲରେ ସୃଜନଶୀଳତା ଉତ୍ସବ ଅନୁଷ୍ଠିତ

ଆସିକା,୧୯/୧ ଆସିକା ବ୍ଳକର ୩୪ଟି ସ୍କୁଲରେ ବିଦ୍ୟାଳୟ ସ୍ତରୀୟ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ଚାଲିଥିବା ବେଳେ ଆଜି ନଳବଣ୍ଟା ସ୍କଲ ଠାରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଆସିକା ସାଂସଦ ପ୍ରମିଳା ବିଷୋୟି, ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ, ଜିଲ୍ଲା ପରିଷଦ ସଭ୍ୟ ବି. ମନୋଜ କୁମାର ଦୋରା, ବ୍ଳକ ଅଧ୍ୟକ୍ଷା ତ୍ରୀବେଣି ନାହକ, ବ୍ଳକ ଉପ ଅଧ୍ୟକ୍ଷା ଡି.ରେଶମା ଦୋରା, ଶିବ ନାହକ, ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟମାନେ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସହିଭଳି ବାବନପୁର,ଗହଙ୍ଗୁ,ହୁମୁକି, ଦେବଭୂମି, ଭଟନଈ, କର୍ଣୋଳି, ନିମିନାସ୍କୁଲ ଠାରେ ବିଦ୍ୟାଳୟ ସ୍ତରିୟ ଭାଷା, ସାହିତ୍ୟ ଓ ସୃଜନଶୀଳତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଇଓ ମୁନରାଣୀ ମହାନ୍ତି, ଏବିଓ ଭାଗିରଥି ପାତ୍ର ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ଏବଂ ସ୍କଲର ସମସ୍ଥ ଶିକ୍ଷକ ଶିକ୍ଷତ୍ରୀ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ଅତିଥି ମାନେ ଛାତ୍ରଛାତ୍ରୀ ପ୍ରତିଭାର ବିକାଶ ଓ ସୃଜନଶୀଳତାକୁ ଲୋକଲୋଚନକୁ ଆଣିବା ଲାଗି ସରକାର ଏହି ପ୍ରୟାସ ଆରମ୍ଭ କରିଛନ୍ତି । ଶିକ୍ଷାକୁ ଏକମାତ୍ର ବ୍ରତ ନ କରି ଅନ୍ୟାନ୍ୟ ଗୁଣାବଳୀ ବିକାଶ ପାଇଁ ସରକାରଙ୍କ ଏହି କାର୍ଯ୍ୟଧାରାରେ ସାମିଲ ହେବାକୁ ଅତିଥି ମାନେ ଆହ୍ବାନ ଦେଇଥିଲେ ।