ଫୁଲବାଣୀ : ଫୁଲବାଣୀ ବ୍ଲକ ଗୁମାଗଡ଼ ଗ୍ରାମରେ ଥିବା ନୃସିହନାଥ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ତଥା ବିଦ୍ୟାଳୟ ସ୍ତରୀୟ ଭାଷା, ସାହିତ୍ୟ ଓ ସୃଜନ ଶିଳତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ! ଏଥିରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ପ୍ରତିନିଧି ତଥା ଏହି ସ୍କୁଲ ର ସଭାପତି ନୀଳାମ୍ବର କଂହର , ସନମାନିତ ଅତିଥି ଏହି ଅଞ୍ଚଳ ର ସରପଞ୍ଚ ପ୍ରତାପ ଚନ୍ଦ୍ର କଂହର ,ସାମ୍ବାଦିକ ବାଳକୃଷ୍ଣ କଂହର ଯୋଗଦେଇଥିଲେ ! ଏଥିରେ ପ୍ରଧାନ ଶିକ୍ଷକ ହୃଦରଞ୍ଜନ ପାଣିଗ୍ରାହୀ ଅଧ୍ୟକ୍ଷତା କରୁଥିବା ବେଳେ ଶିକ୍ଷକ ମହେଶ୍ୱର ସାହୁ ପରିଚାଳନା କରିଥିଲେ ! ଏଥିରେ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପ୍ରଜେକ୍ଟ ତିଆରି ଅଭିଭାବକ ମାନଙ୍କୁ ପ୍ରଦର୍ଶନ ଦେଖେଇଥିଲେ ! ଏହା ଏକ ସରକାର ଙ୍କ ଅଭିନଵ ପ୍ରୟାସ ଏହା କରିବା ଦ୍ଵାରା ପିଲାମାନଙ୍କ ର ଭାଷା, ଜ୍ଞାନ, କୌଶଳ ବୃଦ୍ଧି ପାଇବା ସହ ଉର୍ନତି ହୋଇପାରିବ ! ଏହି ଭାଷା, ଜ୍ଞାନ, ସୃଜନ ଶିଳତା ର ଭାଗନେଇ ଯେଉଁ ଛାତ୍ର ଛାତ୍ରୀ ମାନେ ଭଲ ଦର୍ଶାଇ ଥିଲେ ସେମାନ ଙ୍କୁ ପ୍ରମାଣ ପତ୍ର ସହ ପୁରସ୍କାର ଦିଆଯାଇଥିଲା !ଶେଷରେ କାଳିନ୍ଦୀ ଚରଣ ରାଉତ ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ !
